ସବୁ ଧର୍ମର ଲୋକଙ୍କ ପାଇଁ ଖୋଲା ବାଲାଜୀ ମନ୍ଦିର

ସବୁ ଧର୍ମର ଲୋକଙ୍କ ପାଇଁ ଖୋଲା ବାଲାଜୀ ମନ୍ଦିର

ନିଜର ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଦକ୍ଷିଣ ଭାରତ । ବିଶେଷକରି ସେଠାରେ ଥିବା ସୁନ୍ଦର,ଭବ୍ୟ ଦିବ୍ୟମନ୍ଦିର ଗୁଡିକ ପାଇଁ  ବେଶ୍ ପ୍ରସିଦ୍ଧି ଲାଭ କରିଛି । ଦକ୍ଷିଣ ଭାରତରେ ତିରୁପତି ବାଲାଜୀ ବା ଶ୍ରୀ ଭେଙ୍କଟେଶ୍ୱରଙ୍କ ମନ୍ଦିର ରହିଛି ତାଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଏ । ତେବେ ଚାଲନ୍ତୁ ଆଜି ଆମେ ଜାଣିବା ତିରୁପତି ବାଲାଜୀ ମନ୍ଦିର ସମ୍ବନ୍ଧରେ ।

ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ରହିଛି ତିରୁପତି ବାଲାଜୀ ମନ୍ଦିର । ଏହି ମନ୍ଦିରର ଇତିହାସ ପଞ୍ଚମ ଶତାବ୍ଦୀରୁ ରହିଛି । ସବୁ ଧର୍ମର ଲୋକମାନଙ୍କ ପାଇଁ ଏହି ମନ୍ଦିର ଦ୍ୱାର ଖୋଲା ଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମନ୍ଦିରରେ ପୂଜା ପାଉଥିବା ଭଗବାନ ବାଲାଜୀଙ୍କ ମୂର୍ତ୍ତିକୁ କେହି ନିର୍ମାଣ କରିନଥିଲେ । ସ୍ୱୟଂ ସେହି ମୂର୍ତ୍ତି ସେଠାରେ ପ୍ରକଟ ହୋଇଥିଲେ ଏବଂ ଏହି ମନ୍ଦିରରେ କେଶ ଦାନ କରିବା ପରି ଏକ ପ୍ରସିଦ୍ଧ ପରମ୍ପରା ରହିଛି । ମନସ୍କାମନା ପୂରଣ ହେବା ପରେ ଲୋକେ ଏଠାରେ କେଶ ଦାନ କରିଥାନ୍ତି । ପ୍ରତିଦିନ ପ୍ରାୟ 20ହଜାର ଲୋକ ଏଠାରେ କେଶ ଦାନ କରିଥାନ୍ତି । ଆଉ ଏକ ଆଶ୍ଚର୍ଯ୍ୟର କଥା ହେଲା ମନ୍ଦିରର ପ୍ରତିମାରୁ ସମୁଦ୍ର ଲହରିର ଶବ୍ଦ ଆସିଥାଏ । ଏହି ମନ୍ଦିରଠାରୁ ପ୍ରାୟ 23 କିଲୋମିଟର ଦୂରରେ ଏକ ଗାଁ ରହିଛି ଯେଉଁଠାରୁ ମନ୍ଦିରରେ ପୂଜା ପାଇଁ ଫୁଲ, ଫଳ,ଘିଅ,ପରି ସବୁପ୍ରକାର ଜିନିଷ ଆସିଥାଏ ଏବଂ ସେହି ଗାଁକୁ କୌଣସି ବାହାର ବ୍ୟକ୍ତିଙ୍କୁ ଯିବା ପାଇଁ ଅନୁମତି ନଥାଏ ।

ଆହୁରି ମଧ୍ୟ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ  ମନ୍ଦିରର ଗର୍ଭ ଗୃହରେ 1000 ବର୍ଷ ହେବ ଏକ ଦୀପ ବିନା ଘିଅ ଏବଂ ତେଲରେ ଜଳୁଛି । ଆଉ ଏହା କିପରି ହେଉଛି ଏହାର କାରଣ କାହାକୁ ଜଣାନାହିଁ । ସବୁ ଭଗବାନଙ୍କ ପରି ବାଲାଜୀ ଭଗବାନଙ୍କୁ ମଧ୍ୟ ତୁଳସୀ ପତ୍ର ଚଢାଯାଇଥାଏ ଏବଂ ତୁଳସୀ ପତ୍ରକୁ ଭକ୍ତଙ୍କୁ ପ୍ରସାଦ ପାଇଁ ନ ଦେଇ ଏହାକୁ ମନ୍ଦିର ପରିସରରେ ଥିବା କୂଅରେ ପକାଯାଇଥାଏ ।ଏହି ମନ୍ଦିରରେ ମଗାଯାଇଥିବା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଆପଣ ଯେତେବେଳେ ଭଗବାନ ବାଲାଜୀଙ୍କ ମୂର୍ତ୍ତିକୁ ଗର୍ଭ ଗୃହ ଭିତରୁ ଦେଖିବେ ଆପଣଙ୍କୁ ଲାଗିବ କି ମୂର୍ତ୍ତି ମଝିରେ ରହିଛି ଏବଂ ବାହାରୁ ଦେଖିଲେ ଲାଗିବ କି ମୂର୍ତ୍ତି ଡାହାଣ ପଟେ ରହିଛି ।

ତେବେ ତିରୁପତି ବାଲାଜୀ ମନ୍ଦିର ବିଷୟରେ ଜାଣିବା ପରେ ଆପଣ ସେଠାକୁ ଦର୍ଶନ ପାଇଁ କେବେ ଯାଉଛନ୍ତି  ?

author

Related Articles

Leave a Reply

Your email address will not be published. Required fields are marked *