କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ସରକାରୀ ଉଚ୍ଚବିଦ୍ୟାଳୟରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଶିକ୍ଷାଧିକାରୀ . ଏହି କାର୍ଯ୍ୟକ୍ରମରେ ଲାବଣ୍ୟବତୀ ଲକ୍ଷେହୀରା ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମାହାଙ୍ଗା ବିଧାୟକ ସାରଦାପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସୁରଭି’ ମାଧ୍ୟମରେ ପିଲାମାନଙ୍କ ଲୁକ୍କାୟିତ ପ୍ରତିଭା ବିକଶିତ ହୋଇଥାଏ ବୋଲି କହିଥିଲେ। କଟକ ସଦର ବିଧାୟକ ଇଞ୍ଜିନିୟର୍ ପ୍ରକାଶଚନ୍ଦ୍ର ସେଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ନିଷ୍ଠା ଓ ଅଧ୍ୟବସାୟ ଜାରି ରଖିଲେ ସଫଳତାର ଶୀର୍ଷରେ ପହଞ୍ଚିପାରିବେ ବୋଲି କହିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜୀ ସେଠୀ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ପାର୍ବତୀ ନନ୍ଦ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଅନ୍ନପୂର୍ଣ୍ଣା ପଣ୍ଡା, ଅସୁରେଶ୍ବର ହାଇସ୍କୁଲ୍ର ପ୍ରଧାନଶିକ୍ଷୟିତ୍ରୀ କୁନ୍ତଳା ଖଟୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶେଷରେ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ପୂର୍ବାହ୍ନରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟା ଜନ୍ମିତା ସେଠୀ, ସରପଞ୍ଚ ଗୌତମୀ ଦାସ, ସମିତି ସଭ୍ୟା ହିମାଦ୍ରୀ ମିଶ୍ର, ପ୍ରଭାକର ସ୍ଵାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ସିଆରସିସି, ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |
You can share this post!
author
Related Articles
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
ହ୍ବାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଚେତାବନୀ !
- February 4, 2026
ସ୍କୁଲରେ ମାଗଣା ସାନିଟାରୀ ପ୍ୟାଡ ବାଧ୍ୟତାମୂଳକ …
- January 31, 2026
