ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା

ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା

ବିଜେଡି, ବିଜେପି ଓ କଂଗ୍ରେସ । ସଭିଙ୍କ ଫୋକସରେ ରହିଛି ପଶ୍ଚିମ ଓଡିଶା । ୨୪ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମନେଇବା ପାଇଁ ୩ ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି । ଗୋଟିଏ ପଟେ ବିଜେଡି ସମଲେଇ ପ୍ରକଳ୍ପ ମାଧ୍ୟମରେ ନିଜର ଭୋଟବ୍ୟାଙ୍କ ସଜାଡିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏପଟେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବୃଆରୀ ୩ ତାରିଖରେ ସମ୍ବଲପୁର ଗସ୍ତରେ ବାହାରି ପଡିଛନ୍ତିା ସାଧାରଣ ସଭା ମାଧ୍ୟମରେ ଭୋଟରଙ୍କୁ ମୋଦୀ ଗ୍ୟାରେଣ୍ଟି ଏବଂ ଓଡିଶା ପାଇଁ ଥିବା ସ୍ୱପ୍ନ ସମ୍ପର୍କରେ ଅବଗତ କରାଇବେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ ଅଛି । ସେପଟେ କଂଗ୍ରେସ ବି ପଛରେ ପଡିନି । ପଶ୍ଚିମ ଓଡିଶାରେ ସଙ୍ଗଠନକୁ ସଜାଡିବା ପାଇଁ ଦଳ ଉଦ୍ୟମ ଜାରି ଚଳାଇଛି । ଫେବୃଆରୀ ୧୪ ରେ ରାହୁଲଙ୍କ ନ୍ୟାୟ ଯାତ୍ରା କଂଗ୍ରେସ ପାଇଁ ସଜୀବନୀ ହେବ ବୋଲି ଦଳୀୟ ନେତା ଓ କର୍ମୀ ଆଶା ରଖିଛନ୍ତି । ତା ପୂର୍ବରୁ ଦଳର ବରିଷ୍ଠ ନେତା ବସ୍ରେ ବୁଲିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ସଂପର୍କରେ ଲୋକଙ୍କୁ ଅବଗତ କରିବେ।

ସାଧାରଣ ନିର୍ବାଚନକୁ ଅତି ବେଶୀରେ ଦୁଇରୁ ୩ ମାସ ବାକି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବଢିବାରେ ଲାଗିଛି ଉଷ୍ଣତା। ୨୦୧୯ରେ କମ୍ ମାର୍ଜିନରେ ହାରିଥିବ ସିଟକୁ ବିରୋଧୀ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ବିଜେଡିର ନଜର ବିରୋଧୀଙ୍କ ଶକ୍ତି ବଢୁଥିବା ଆସନ ଉପରେ। ରାଜନୈତିକ ସମୀକ୍ଷକଙ୍କ ମତରେ ମୋଦି ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ ବଜାଇବେ, ଯାହାର ବଡ଼ ପ୍ରଭାବ ଆସନ୍ତା ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିପାରେ। ତାକୁ ଦୃଷ୍ଟିରେ ରଖି ବିଜେଡ଼ି ସମଲେଇ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କ ଆସ୍ଥା ଜିଣିବାକୁ ଚେଷ୍ଟା କରୁଛି। ପଶ୍ଚିମ ଓଡ଼ିଶାରେ ବିଜେପି ନିଜ ସ୍ଥିତି ଦୃଢ କରୁଥିବା ବେଳେ ବିଜେଡି ପାଇଁ ଚାଲେଞ୍ଜ ହେବ ତୀବ୍ର ଗୋଷ୍ଠୀ କନ୍ଦଳ। ତେବେ ଏଥିରୁ ବିଜେପି ଓ କଂଗ୍ରେସ କେତେ ମାଇଲେଜ ନେଉଛନ୍ତି ତାହା ଦେଖିବା କଥା।

author

Related Articles

Leave a Reply

Your email address will not be published. Required fields are marked *