ସମବାୟ ବ୍ୟାଙ୍କ କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ସମବାୟ ବ୍ୟାଙ୍କ କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

କାମାକ୍ଷାନଗର || ଢେଙ୍କାନାଳ

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରାଥମିକ କୃଷି ସମବାୟ ସମିତି ଆନୁକୁଲ୍ୟରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କ କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ କୃଷି ସମବାୟ ସମିତି ପରିଷରରେ ସଭାପତି ବିଭୁତି ଭୂଷଣ ମହାନ୍ତି ଙ୍କ ସଭାପତିତ୍ୱରେ ଢେଙ୍କାନାଳ DRCS ସରୋଜିନୀ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରୋଜଳନ କରି କର୍ମଶାଳାକୁ ଶୁଭାରମ୍ଭ କରିଥିଲେ ଆୟୋଜିତ ସଭାରେ କୋପରେଟିବ୍ ବ୍ୟାଙ୍କ୍ ଡାଇରେକ୍ଟର ଲଳୀତ୍ କୁମାର ସାହୁ ମୁଖ୍ୟ ବକ୍ତା , କୃଷି ଅଧିକାରୀ ମମତା ନାୟକ, କାନପୁରା ପଞ୍ଚାୟତ ର ନିର୍ବାହୀ ଅଧିକାରୀ କୃପାସିନ୍ଧୁ ବେହେରା, ଅତିରିକ୍ତ ପ୍ରାଣୀ ଚିକିତ୍ସିକ ସୌମ୍ୟରଞ୍ଜନ ମିଶ୍ର , ସରପଞ୍ଚ ସତ୍ୟଜିତ୍‌ ରାଉତ ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଅତିରିକ୍ତ ଉପଜିଲ୍ଲା ପାଳ ଦୀପକ୍ କୁମାର ମିଶ୍ର,ସହକାରୀ କୃଷି ଅଧିକାରୀ କ୍ଷୀରୋ ଦିନୀ ଦେଇ,ରାଜଶ୍ଵ ନିରିକ୍ଷକ ବିଶ୍ୱନାଥ ପ୍ରଧାନ, ପୂର୍ବତନ ନଗରପାଳ ତଥା ସଭାପତି ବ୍ରହ୍ମାନନ୍ଦ ମହାନ୍ତି ,ଆଡ଼ଭୋକେଟ୍ ଅଶୋକ କୁମାର ଖୁଣ୍ଟିଆ , ପୂର୍ବତନ ସମ୍ପାଦକ ସମୀର କୁମାର ରାଉତ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ

ରାଜ୍ୟସରକାର ଙ୍କର ଚାଷୀ ଓ ମହିଳା ଗୋଷ୍ଠୀ ଙ୍କ ପାଇଁ ବିଭିନ୍ନ ଯୋଜନା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ବିନା ସୁଧରେ ଋଣ ନେଇ ଓ ସଠିକ୍ ଭାବରେ କାର୍ଯ୍ୟରେ ଲଗାଇ ରୋଜଗାର କରିବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ କାମାକ୍ଷାନଗର ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ଶାଖା ପରିଚାଳକ ମନଞ୍ଜିତ୍ ମହାନ୍ତି, ଏହି କର୍ମଶାଳାର ଉଦ୍ଦେଶ୍ୟ ଓ ଏହାର ଉପକାରିତା ଓ ଲାଭ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଏଥିରେ ୧୧ଜଣ ଚାଷୀ ଓ ସଞ୍ଚୟକାରୀ ,ଧବଳେଶ୍ଵର SHG ଗ୍ରୁପ୍ କୁ ୫ ଲକ୍ଷ ଋଣ ମଞ୍ଜୁରୀ ଓ ଉତ୍ତମ ଋଣ ଗ୍ରହୀତା ଓ ଅଗ୍ରଣୀ ଚାଷୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ସମବାୟ ସମିତିର ସଂପାଦକ ସାଗର କାନ୍ତ ରାଉତ କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନା କରୁଥିଲେ।

author

Related Articles

Leave a Reply

Your email address will not be published. Required fields are marked *