ସମଲିଙ୍ଗୀ ବିବାହ ଅନୈତିକ ନୁହେଁ

ସମଲିଙ୍ଗୀ ବିବାହ ଅନୈତିକ ନୁହେଁ

ସମଲିଙ୍ଗୀ ବିବାହକୁ ନେଇ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମଲିଙ୍ଗି ବିବାହ ଅନୈତିକ ନୁହେଁ ।

ପରିବାରଟିଏ ଗଢିବାକୁ ହେଲେ ଗୋଟିଏ ଜୀବନସାଥୀର ଆବଶ୍ୟକତା ରହିଥାଏ ।  ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛି । ସେହି ଜୀବନସାଥୀ ସମଲିଙ୍ଗୀବି ହୋଇପାରେ । ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ବୋଲି ଦାବି କରି ଆବେଦନ ଦାଖଲ ହୋଇଥିଲା ।  ଯାହାକୁ ନେଇ ୧୮ ଜଣ ସମଲିଙ୍ଗୀ ଯୋଡିଙ୍କ ଦ୍ୱାରା କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମେକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ଏହାକୁ ନେଇ ମୁଖ୍ୟ ବିଚାରପତି କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ନେଇ ସହମତି ଓ କିଛି ଅସହମତି ପ୍ରକାଶ ପାଇଛି । ଅବଶ୍ୟ ଜୀବନସାଥୀ ବାଛିବାର ଅଧିକାର ସମସ୍ତଙ୍କର ରହିଛି । ସମଲିଙ୍ଗୀ ସମ୍ପର୍କ କେବଳ ସହରୀ ଚିନ୍ତାଧାରା ଭିତରେ ସୀମିତ ହୋଇ ରହିନାହିଁ । ଗାଁର ଜଣେ କୃଷକ ଶ୍ରେଣୀର ମହିଳା ମଧ୍ୟ ସମଲିଙ୍ଗୀ ହେବାର ଦାବି କରିପାରେ ।

କିନ୍ତୁ ସେମାନଙ୍କୁ କୁଳୀନ କୁହାଯାଇପାରିବ ନାହିଁ । କାରଣ ଏହା କୌଣସି ମାନସିକ ବ୍ୟାଧୀ ନୁହେଁ ।ସେ ଆହୁରି ମଧ୍ୟ କହିଛନ୍ତି, ଆଜିଯାଏଁ ବିବାହର ଢାଞ୍ଚାରେ ପରିବର୍ତ୍ତନ ହୋଇଛି । ସତୀ ପ୍ରଥାରୁ ଆରମ୍ଭ କରି ବାଲ୍ୟ ବିବାହ ଯାଏଁ ବିବାହର ରୂପ ବଦଳିଛି । ଏହି କ୍ରମରେ ସମଲିଙ୍ଗୀ ବିବାହ ଆଉ ଏକ ପରିବର୍ତ୍ତନ ଅଟେ । ସମଲିଙ୍ଗୀ ସଂପର୍କ ଅନୈତିକ ନୁହେଁ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

author

Related Articles

Leave a Reply

Your email address will not be published. Required fields are marked *