ସମସ୍ୟା ଘେରରେ ହ୍ୟୁମାନ ସାଗର…

ସମସ୍ୟା ଘେରରେ ହ୍ୟୁମାନ ସାଗର…

ଗୋଟିଏ ପରେ ଗୋଟିଏ ସମସ୍ୟା ଘେରରେ ପଡୁଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ସହ ସିଙ୍ଗର ରୁକ ସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଏକ ଭଜନକୁ ନେଇ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏନେଇ କ୍ୟାପିଟାଲ ଥାନାରେ ହୋଇଛି ଅଭିଯୋଗ । ଅଭିଯୋଗ କରିଛନ୍ତି  ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ଵାଇଁ। ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଉଭୟ ହ୍ୟୁମାନ ସାଗର ଓ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ।  ଏପରି କାର୍ଯ୍ୟ  ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ  ଆଘାତ ଦେଇଛି । କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ ଯେଉଁ ମାନେ ଏହି ଭିଡିଓରେ ଦେଖାଯାଉଛି ତାଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି । ଏହାସହ ଯେଉଁ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି ତାହା ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି ବୋଲି ଅଭିଯୋଗକାରୀ କହିଛନ୍ତି। ଏପରିକି ତାଙ୍କୁ ବ୍ୟାନ କରିବା ଦରକାର ବୋଲି ମଧ୍ୟ ଦାବୀ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *