ଅଖିଳେଶ ଯାଦବଙ୍କୁ ସିବିଆଇର ସମନ୍

ଅଖିଳେଶ ଯାଦବଙ୍କୁ ସିବିଆଇର ସମନ୍

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଳେଶ ଯାଦବଙ୍କୁ ସିବିଆଇର ସମନ୍ । ଅବୈଧ ଖଣି ଖନନ ମାମଲାରେ ତାଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଛି । ଖଣି ଖନନ ମାମଲାରେ ପଚରା ଉଚରା କରିବା ପାଇଁ ଆଜି ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ କୁହାଯାଇଛି । ମାମଲାରେ ଅଖିଳେଶଙ୍କୁ ସାକ୍ଷ୍ୟ ଭାବେ ଉପସ୍ଥିତ ରହିବାକୁ କୁହାଯାଇଛି । ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ସରକାର ଥିବା ସମୟରେ ହମିରପୁରରେ ବଡ ଧରଣର ଖଣି ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଥିଲା । ୨୦୧୯ ଜାନୁଆରି ୨ ତାରିଖରେ ସିବିଆଇ ୧୧ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲା । ଖଣି ଦୁର୍ନିତୀରେ ବହୁ ସରକାରୀ କର୍ମଚାରୀଙ୍କ ନାଁ ମଧ୍ୟ ରହିଛି । ସିବିଆଇ ଅନୁସାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଇ-ଟେଣ୍ଡରି ପ୍ରକ୍ରିୟାକୁ ଉଲ୍ଲଂଘନ କରି ୨୦୧୩ ଫେବ୍ରୁଆରି ୧୭ ତାରିଖରେ ଗୋଟିଏ ଦିନରେ ୧୩ଟି ଖଣି ଖନନ ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ । ଏହି ମାମଲାରେ ପଚରାଉଚରା କରିବାକୁ ଅଖିଳେଶ ଯାଦବଙ୍କୁ ଦିଲ୍ଲୀ ଡାକିଛି ସିବିଆଇ ।

author

Related Articles

Leave a Reply

Your email address will not be published. Required fields are marked *