ସମାଧାନ ହେଉନାହିଁ(ଲକ୍ଷ୍ମୀ ବସ) ଅଡୁଆ |

ସମାଧାନ ହେଉନାହିଁ(ଲକ୍ଷ୍ମୀ ବସ) ଅଡୁଆ |

ରାଜ୍ୟ ସରକାର ଲକ୍ଷ୍ମୀ ବସ ଯୋଜନାକୁ ନେଇ ଆରମ୍ଭରୁ କେଁ ପଶିଚି | ରାଜ୍ୟ ସରକାର ଆସନ୍ତା ଆକ୍ଟବେର ୨ ତାରିଖ ମାଲକାନଗିରି ଜିଲାରୁ ଆରମ୍ଭ କରିବାରୁ ଥିବା ଏହି ଯୋଜନାକୁ ରାଜ୍ୟର ଘରୋଇ ବସ ମାଲିକ ସଂଘ ତୀବ୍ର ବିରୋଧ କରିଛି | ଘ ରୋଇ ବସ ମାଲିକ ସହିତ ଆଲୋଚନା କରି କୌଣସି ଚୂଡାନ୍ତ ନିଷ୍ପତି ନ ହେବ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ ଚଳାଚଳ ନ କରିବାକୁ ସଂଘ ଦାବି କରିଛି | ରାଜ୍ୟରେ ଘରୋଇ ବସ ମାଲିକ ସଂଘ ଆସନ୍ତା ୨ ତାରିଖରୁ ମାଲକାନଗିରି ଜିଲାର ବସ ବନ୍ଦ କରିବାକୁ ନିଷ୍ପତି ନେଇଛି | ସରକାର ଯଦି ଘରୋଇ ବସ ମାଲିକ ପ୍ରସ୍ତାବରେ ରାଜି ନ ହୁଅନ୍ତେ | ତେବେ ମାଲିକ ସଂଘ ଆସନ୍ତା ୧୦ ତାରିଖରୁ ସମଗ୍ର ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିବ |
ସୂଚନା ଅନୁସାରେ ଗତକାଲି ଭୁବନେଶ୍ଵରରେ ବସ ମାଲିକ ସଂଘ ସଭାପତି ଲୋକନାଥ ପାଣି ଅଧ୍ୟକ୍ଷତାରେ ବସ ମାଲିକ ସଂଘର ଏକ ଜରୁରୀ ବୈଠକରେ କିଛି ପ୍ରସ୍ତାବ ଗ୍ରହଣ କରାଯାଇଥିଲା | ଏହାର ପରିଚାଳନା କରୁଥିବା ସଂସ୍ଥା ସହିତ ଘରୋଇ ବସ ମାଲିକ ଆଲୋଚନା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା | ଲକ୍ଷ୍ମୀ ବସ ଚାଲିବାକୁ ଥିବା ଅଂଚଳରେ ଆରଟିଓ ଓ ବସ ମାଲିକ ସଂଘର ପ୍ରତିନିଧିମାନକୁ ସାମିଲ କରି ବସ ଚଳାଚଳର ସମୟ ନିର୍ଦ୍ଧିଷ୍ଟ କରିବାକୁ ଦାବି କରାଯାଇଛି | ମୋ ବସ ପରିମିଟି କୁ ବାଧ୍ୟତାମୂଳକ କରିବା ,ମୋ ବସ ଚଳାଚଳକୁ ସହରାଞ୍ଚଳରେ ସୀମିତ ରଖିବାକୁ ନେଇ ସଂଘ ସରକାରଂକ ନିକଟରେ ଦାବି ରଖିଛି | ଲକ୍ଷ୍ମୀ ଯୋଜନାରେ ସରକାର ପ୍ରତି ପଂଚାୟତରୁ ବ୍ଲକ ,ବ୍ଲକରୁ ଜିଲା ସଦର ମହକୁମା ଓ ସଦର ମହକୁମାରୁ ଅନ୍ୟ ସହରକୁ ବାସ ଚଳାଚଳ କରିବାକୁ ଯୋଜନା କରାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *