ସମ୍ବିତଙ୍କ ନାୟିକା

ସମ୍ବିତଙ୍କ ନାୟିକା

ଭୁବନେଶ୍ୱର:

ନୂଆ ଓଡ଼ିଆ ଫିଲ୍ମି ‘ପ୍ରିତୀବନ୍ଧନ’ରେ ନାୟକ ସମ୍ବିତଙ୍କ ନାୟିକା ଭୂମିକାରେ ସୁନ୍ଦରୀ ତମନ୍ନା ଅଭିନୟ କରିଛନ୍ତି | ପ୍ରେମ ଓ ଆବେଗକୁ ନେଇ ସମୃଦ୍ଧ ହୋଇଥିବା ଏହି ଫିଲ୍ମି ନେକ୍ସଡୋର ଫିଲ୍ମିସ ବ୍ୟାନରରେ ନିର୍ମିତ ହୋଇଛି | ପ୍ରଶାନ୍ତ ନାୟକ ଓ ନରେନ୍ଦ୍ର ପାତ୍ରଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମିରେ ଅନ୍ୟତମ ନାୟିକା ଭାବେ ତୃପ୍ତି ଅଛନ୍ତି | ତ୍ରୀକୋଣୀୟ ପରମକୁ ନେଇ ଏହି ଫିଲ୍ମି ସମୃଦ୍ଧ ହୋଇଛି | ନିର୍ଦ୍ଦେଶନାରେ ରାଜେଶ ମହାନ୍ତି ଥିବାବେଳେ ସ୍ୱର ସଂଯୋଜନା କରିଛନ୍ତି ଅଭିଜିତ ମଜୁମଦାର | ନୃତ୍ୟ ସଂଯୋଜନାରେ ଶ୍ରୁତି ଆର ଓ ସୁଧାକର ବସନ୍ତ ଥିବାବେଳେ କ୍ରିଏଟିଭ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠି | କେଦାର ମିଶ୍ର, ଥିନ, ସାରା ଅପା, ଅଳକା, ପ୍ରଶାନ୍ତ ନାୟକ, ନୂପୁର, ସସ୍ମିତା ଏଥିରେ ନଜର ଆସିବେ | ଏହି ଫିଲ୍ମିକୁନେଇ ସମ୍ବିତ ବେଶ ଆଶାବାଦୀ ଅଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *