ସମ୍ୱଲପୁରରେ ଏକାଠି ହେଲେ ଦୁଇ ଦଳର ପ୍ରମୁଖ ନେତା

ସମ୍ୱଲପୁରରେ ଏକାଠି ହେଲେ ଦୁଇ ଦଳର ପ୍ରମୁଖ ନେତା

ନିର୍ବାଚନ ପୂର୍ବରୁ ଚାଲିଛି ନେତା ମନ୍ତ୍ରୀ ମାନଙ୍କ ଜୋର ସୋର ପ୍ରଚାର ସାଙ୍ଗକୁ ଆରୋପ ଓ ପ୍ରତ୍ୟାରୋପ । ସମ୍ୱଲପୁରରେ ଏକାଠି ହୋଇଛନ୍ତି ପରସ୍ପର ବିରୋଧି ନେତା । ଶୀତଳ ଷଷ୍ଠୀରେ ଥାଳି ଉଠା ବେଳେ ଏକାଠି ହୋଇଛନ୍ତି ବିଜେଡି ଓ ବିଜେପିର ପ୍ରମୁଖ ନେତା । ଶୀତଳଷଷ୍ଠୀ ଅବସରରେ ମହାଦେବଙ୍କ ଆର୍ଶୀବାଦ ନେଇ ନେତା ସହରବାସୀଙ୍କ ହୃଦୟ ଜିଣିବାକୁ ଚେଷ୍ଟା କରିଛନ୍ତି । ସମ୍ୱଲପୁରରେ ଶୀତଳ ଷଷ୍ଠୀ ଏକ ବଡ ପର୍ବ ହୋଇଥିବା ବେଳେ ମାଆଙ୍କ ମନ୍ଦିରରେ ଏକାଠି ହୋଇଛନ୍ତି ଏହି ନେତାମାନେ । ଏହି ଅବସରରେ ନେତାମାନେ ସୁଯୋଗ ହାତଛଡା କରିବାକୁ ଚାହିଁନଥିଲେ । ଆଉ ଥାଳିଉଠା ବେଳକୁ ଏକାଠି ହୋଇଥିଲେ ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁରର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ସେହିପରି ବିଜେପିର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର । ଏହାବାଦ ଦୁଇ ଦଳର ଅନେକ ନେତା ମଧ୍ୟ ସାମିଲ ହୋଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *