ସମ୍ୱଲପୁରରେ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର

ସମ୍ୱଲପୁରରେ ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର

ବିଜେପିରୁ ସମ୍ୱଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଛନ୍ତି ଧର୍ମେନ୍ଦ୍ର । ସକାଳ ୧୦ଟାରେ ଜିଏମ୍ କଲେଜ ଛକରେ ସ୍ୱାଧିନତା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପର୍ଯ୍ୟାୟକ୍ରମେ କେମିଷ୍ଟ, ଡ୍ରଗିଷ୍ଟ ଆସୋସିଏସନ୍, ବରିଷ୍ଠ ଆଇନଜୀବୀ, ନୂଆ ଭୋଟର ଓ ଏଭିବିପି କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ । ସମ୍ୱଲପୁର ଆସନରୁ ତାଙ୍କ ନାମ ଘୋଷଣା ହେବା ପରେ ସେ ନିଜର ପ୍ରଚାର ପ୍ରସାରରେ ଲାଗି ପଡିଲେଣି । କଣ ହେବ ସମ୍ୱଲପୁରର ରାଜନୈତିକ ଗଣିତ ତାହା ଉପରେ ନଜର ।

author

Related Articles

Leave a Reply

Your email address will not be published. Required fields are marked *