ସମ୍ୱଲପୁର ଗସ୍ତରେ ଦ୍ରୌପଦି ମୁର୍ମୁ

ସମ୍ୱଲପୁର ଗସ୍ତରେ ଦ୍ରୌପଦି ମୁର୍ମୁ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଶେଷ ଦିନ । ଶେଷ ଦିନରେ ସେ ସମ୍ୱଲପୁର ଜିଲ୍ଲା ଗସ୍ତ କରିଛନ୍ତି । ସମ୍ୱଲପୁର ଯାଇ ସମ୍ୱଲପୁରର ମଧୁପୁର ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠ ବୁଲିଲେ ରାଷ୍ଟ୍ରପତି । ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଚଉଷଠି ସିଦ୍ଧ ଆଶ୍ରମ ଯାଇ ସେଠାରେ ଧ୍ୱନି ମଣ୍ଡପ ଦର୍ଶନ କରିଛନ୍ତି ମହାମହିମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସହ ସାମିଲ ଥିଲେ । ସେଠାର ମହାମହିମ ସନ୍ଥକବିଙ୍କ ଜ୍ଞାନପ୍ରାପ୍ତି ପୀଠ କାନ୍ଧରା ଓ ପରେ ବାଲ୍ୟକାଳ କଟିଥିବା କାଙ୍କଡପଡା ଗସ୍ତ କରିଛନ୍ତି । ରେଢାଖୋଲ ମିନି ଷ୍ଟାଡିୟମରେ ମହିମା ଭକ୍ତ ଓ ସାଧାରଣ ଜତନାଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *