ସମ୍ୱଲପୁର ଲୋକସଭାରୁ ଲଢିବେ କି ବବି ଦାସ ?

ସମ୍ୱଲପୁର ଲୋକସଭାରୁ ଲଢିବେ କି ବବି ଦାସ ?

ଉପକୂଳରୁ ଉପାନ୍ତ ସବୁଆଡେ ନିର୍ବାଚନର ହାୱା । ଆଉ ରାଜନୀତିରେ ତ ଘଡିକୁ ଘୋଡା ଛୁଟିଥାଏ । ଆଜି କିଏ ଏ ଦଳର ନେତା ତ କାଲି କି ସେ ଦଳର ନେତା । ହଁ ଦର୍ଶକବନ୍ଧୁ,24 ନିର୍ବାଚନ ପାଇଁ ମାସ କେଇଟା ବାକି ଥିବା ବେଳେ କିଏ କେଉଁ ଦଳରୁ ଲଢିବ ସେ ନେଇ ବଢୁଛି ସସପେନ୍ସ । ବର୍ତ୍ତମାନ ଯେପରି ନେତା ମାନଙ୍କର ଜିଲ୍ଲାକୁ ଜିଲ୍ଲା ଗସ୍ତ ହେଉଛି ସେଥିରୁ ସ୍ପଷ୍ଟ ହେଉଛି ଯେ କେଉଁ ଦଳରୁ କିଏ ଲଢିବ । ତେବେ ଚର୍ଚ୍ଚାରେ ସମ୍ୱଲପୁର ଲୋକସଭା ଆସନ । ସମ୍ୱଲପୁରରେ ହୋଇପାରେ ବଡ ଲଢେଇ । ସେଠାରେ ଧର୍ମେନ୍ଦ୍ର ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ କୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି କି ସମ୍ୱଲପୁର ଲୋକସଭା ଆସନରୁ ଲଢିପାରନ୍ତି ବବି । ଶୁକ୍ରବାର ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ କଥାବାର୍ତ୍ତା ବେଳେ ସାମ୍ୱାଦିକ ମାନେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବବି ଦାସ କହିଥିଲେ ବିଜେଡିରେ ମୁଖ୍ୟମନ୍ତ୍ରୀ ତାଙ୍କ ବସ୍ ଏବଂ ସେ ଜଣେ ଏକ ନମ୍ୱର ଯୋଦ୍ଧା ଅଟନ୍ତି । ତେଣୁ ସୁପ୍ରିମୋ ଯେଉଁଠି ନିର୍ଦ୍ଦେଶ ଦେବେ ସେଠାରେ ସେ ଲଢିବେ । କୁହାଯାଉଛି କି ସମ୍ୱଲପୁର ସହିତ ତାଙ୍କର ଆଗରୁ ସମ୍ପର୍କ ରହିଛି ତେଣୁ ସେଠାରେ ଲଢିବାରେ କୌଣସି ଅସୁବିଧା ନାହିଁ । ଲଗାତାର ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ସମ୍ୱଲପୁର ଗସ୍ତ କରିବା ଓ ଅନେକ ସଭା କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ଘନ ଘନ ସମ୍ୱଲପୁର ଗସ୍ତକୁ ଦେଖି ବିଜେଡି ରଚିଛି ଏପରି କିଛି ଚକ୍ରବ୍ୟୁହ । ଧର୍ମେନ୍ଦ୍ରଙ୍କ ଭଳି ଜଣେ ଟାଣୁଆ ନେତାଙ୍କୁ ବିଜେଡିର ଜଣେ ପୁରୁଖା ନେତା ହିଁ ଟକ୍କର ଦେଇପାରିବେ ସେଥିପାଇଁ ହୁଏତ ସୁପ୍ରିମୋ ସମ୍ୱଲପୁର ଲୋକସଭା ଆସନ ପାଇଁ ବବିଙ୍କୁ ଚୟନ କରିପାରନ୍ତି ।  ଗୋଟିଏ ପଟେ ବିଜେଡିର ଟାଣୁଆ ନେତା ତଥା ଦଳର ସାଙ୍ଗଠନିକ ସଂପାଦକ ବବି ଦାସ ଆଉ ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ । ଏବେ କେବଳ ଅପେକ୍ଷା କେବେ ଘୋଷଣା ହେବ ଆଉ ହେବ ଜୋରଦାର ଲଢେଇ ।

author

Related Articles

Leave a Reply

Your email address will not be published. Required fields are marked *