ସରକାରଙ୍କ ନିଦ ହଜାଇଲାଣି ହଇଜା !

ସରକାରଙ୍କ ନିଦ ହଜାଇଲାଣି ହଇଜା !

ରାଜ୍ୟବ୍ୟାପି ବଢିବାରେ ଲାଗିଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା । ଯାଜପୁର ପରେ ଏବେ ଅନ୍ୟ ଜିଲ୍ଲାକୁ ବି ମାଡିଗଲାଣି ହଇଜା । ଝାଡାବାନ୍ତିରେ ଆକ୍ରାନ୍ତ ହେଲେଣି ବିଭିନ୍ନ ଜିଲ୍ଲାବାସୀ । କିନ୍ତୁ ହଇଜା ବ୍ୟାପିବାର ପ୍ରକୃତ କାରଣ କଣ ତାହା ଜାଣିପାରୁନାହାନ୍ତି ସରକାର । ଖାସ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ । ଉଭୟ ମନ୍ତ୍ରୀଙ୍କ ବିବୃତ୍ତିରେ କୌଣସି ତାଳମେଳ ରହୁନାହିଁ । ହଇଜା ବ୍ୟାପିବାର ସପ୍ତାହ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଚିକିତ୍ସିତ ହେଉଥିବା ହଇଜା ଆକ୍ରାନ୍ତକାରୀଙ୍କୁ ଭେଟିବା ପରେ ଏବଂ ସ୍ଥିତି ସମୀକ୍ଷା କରିବା ପରେ ଯେଉଁ ବିବୃତ୍ତି ଦେଇଥିଲେ ତାହା ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକଙ୍କ ବିବୃତ୍ତି ସହ ଆଦୌ ତାଳ ମେଳ ଖାଉନି । ଯାହାକୁ ନେଇ ମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଠି ଉଠିଲାଣି ।

ତେବେ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକଙ୍କ କହିବା ଅନୁସାରେ, ହଇଜା ଦୂଷିତ ପାନୀୟ ପାଇଁ ବ୍ୟାପିନାହିଁ । ପର୍ବ ପର୍ବାଣୀରେ କିଛି ବିଷାକ୍ତ ଖାଦ୍ୟ ଖାଇବା ଫଳରେ ଏପରି ହୋଇଛି । ପାଣି ପାଇଁ ହଇଜା ବ୍ୟାପିଥିବା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିବା ସତ୍ୱେ ହଇଜା କେଉଁଥି ପାଇଁ ବ୍ୟାପୁଛି ତାହା ଜାଣିପାରୁନଥିବା ବିବୃତ୍ତି ଦେଇଛନ୍ତି । ଯାହାକୁ ନେଇ ମନ୍ତ୍ରୀଙ୍କ କଥାରେ ତାଳ ମେଳ ରହୁନଥିବା ସ୍ପଷ୍ଟ ହେଉଛି । ତେବେ ଜିଲ୍ଲା ପରେ ଜିଲ୍ଲା ହଇଜା ବ୍ୟାପୁଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ଅନେକଙ୍କ ଜୀବନ ବି ଗଲାଣି । କିନ୍ତୁ ସରକାର ଏତେ ଦିନ ପରେ ବି ହଇଜା ପଛର ମୂଳ କାରଣ କଣ ତାହା ଜାଣିପାରୁନଥିବା ବେଳେ ଏହାକୁ କିପରି ରୋକିବେ କେଉଁ ପଦକ୍ଷେପ ନେବେ ତାହା ବୁଝିପାରୁନଥିବା ବିରୋଧୀ ସମାଲୋଚନା କରିଛନ୍ତି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହାକୁ କେନ୍ଦ୍ର କରି ସରକାରଙ୍କୁ ସମାଲୋଚନା କରିଥିବା ନଜର ଆସିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *