ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ବାତିଲ ହେଲା ସରକାରୀ ଅଧିକାରୀଙ୍କ ଛୁଟି । ଆସନ୍ତା ଜୁନ ୩୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଆସନ୍ତାକାଲି ନୂଆ ସରକାର ଶପଥଗ୍ରହଣ କରିବାକୁ ଥିବା ବେଳେ ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଅଧିକାରୀ ମାନଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି । ସରକାରୀ ଛୁଟିଦିନ ଗୁଡିକରେ ମଧ୍ୟ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଶପଥଗ୍ରହଣ ପରେ ସରକାରୀସ୍ତରରେ ଅନେକ ଗୁଡିଏ କାର‌୍ୟ୍ୟକ୍ରମ ଗ୍ରହଣ କରାଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *