ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ରଙ୍ଗ ଡ୍ରେସରେ ଜିଲ୍ଲାପାଳ

ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ରଙ୍ଗ ଡ୍ରେସରେ ଜିଲ୍ଲାପାଳ


ବାରିପଦାରେ ଗତକାଲି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆଦିବାସୀ ମିନି ମାରାଥନ କାର‌୍ୟ୍ୟକ୍ରମ ଆୟୋଜିତ ହେଉଥିଲା। ଏହି କାର‌୍ୟ୍ୟକ୍ରମରେ ହକି ଇଣ୍ଡିଆର ପୂର୍ବତନ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପ୍ରଦୀପ ମାଝି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଧାୟକ, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ ଏସପି ବି. ଗଙ୍ଗାଧର ମଧ୍ୟ ସଭାସ୍ଥଳରେ ଉପସ୍ଥିତ ଥିଲେ। ଏହି କାର‌୍ୟ୍ୟକ୍ରମରେ ହଜାର ହଜାର ଯୁବବର୍ଗ ଯୋଗ ଦେଇଥିଲେ। ତେବେ ଏଠାରେ ଦେଖିବାକୁ ମିଳିଛି ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଦଳୀୟ ରଙ୍ଗର ପୋଷାକ ପିନ୍ଧିଛନ୍ତି । ସରକାରୀ କର୍ମଚାରୀ ହୋଇ ବି ଦଳୀୟ ରଙ୍ଗର ଟି-ସାର୍ଟ ପିନ୍ଧିବାକୁ ଦ୍ୱିଧା ପ୍ରକାଶ କଲେ ନାହିଁ। କାର୍ଯ୍ୟକ୍ରମରେ ଟେଣ୍ଟ, ପେଣ୍ଡାଲ, ଲୋଗୋର ରଙ୍ଗ ଡିଜାଇନ ସବୁ ଦଳୀୟ ରଙ୍ଗର ଥିଲା । ଯାହାକୁ ନେଇ ଓଡିଶା ରାଜନୀତି ତ୍ରୀବ ହେବାକୁ ଲାଗିଲାଣି । ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ଜିଲ୍ଲାପାଳ ଓ ଏସ୍ପି ବି ସମାନ ରଙ୍ଗର ଟି- ସାର୍ଟ ପିନ୍ଧିଥିଲେ। ସୋଶାଲ ମିଡିଆ ଏକ୍ସ ଜରିଆରେ ଜଣେ ୟୁଜର ନବୀନଙ୍କ ଟି ସାର୍ଟ ପିନ୍ଧା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫଟୋ ପୋଷ୍ଟ କରିଥିଲେ। ଯାହାକୁ ରି ଟ୍ୱିଟ୍ କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବୋଲି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଫିସରଙ୍କ ଆଚରଣ ସ୍ତରରେ ଅଧଃପତନ ଏଭଳି ସ୍ତରରେ ପହଞ୍ଚିଲାଣି ବୋଲି ଲେଖିବା ସହ ସଂପୃକ୍ତ ଅଫିସରମାନେ ଜାଣିବା ଉଚିତ୍ ଯେ ସମୟ ସବୁବେଳେ ସମାନ ନଥାଏ ବୋଲି ଟ୍ୱିଟ କରିଛନ୍ତି ଅପରାଜିତା।

author

Related Articles

Leave a Reply

Your email address will not be published. Required fields are marked *