ପରିବାର ସଦସ୍ୟଙ୍କୁ ଚାକିରୀ ପ୍ରସଙ୍ଗ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ସୂଚନା । ସେ କହିଛନ୍ତି କି ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ମୋଟା ଅଙ୍କର ଅନୁକମ୍ପା ମିଳିବ । କିଛି ଦିନ ତଳେ କ୍ୟାବିନେଟରେ ଏ ନେଇ ବିତର୍କ ହୋଇଥିଲା । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟମାନେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ସେମାନଙ୍କ ପରିବାରର ସଦସ୍ୟଙ୍କୁ ଚାକିରି ବଦଳରେ ୩୦ରୁ ୪୦ ଲକ୍ଷ ଟଙ୍କା ଦେଇ ଥଇଥାନ ବ୍ୟବସ୍ଥା କରିବାକୁ ଆଇନ ମନ୍ତ୍ରୀ କହିଛନ୍ତି ।
You can share this post!
author