ସରପ୍ରାଇଜ ଦେଲେ ନବୀନ

ସରପ୍ରାଇଜ ଦେଲେ ନବୀନ

ରାଜ୍ୟରେ ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । କିନ୍ତୁ ଯେଉଁମାନଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ସେମାନଙ୍କ ବଦଳରେ ନୁଆ ମୁହଁକୁ ସାମ୍ନାକୁ ଆଣି ସମସ୍ତଙ୍କୁ ସପ୍ରାଇଜ ଦେଇଛନ୍ତି ନବୀନ। ବିଜେଡିର ପୁରୁଖା ନେତା ପିନାକୀ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନାଁ ଚର୍ଚ୍ଚା ହେଉଥିଲା । କିନ୍ତୁ ସରପ୍ରାଇଜକାର୍ଡ ଖେଳିବାରେ ମାହିର ଥିବା ନବୀନ ପ୍ରତିଥର ଭଳି ଏଥର ବି ସରପ୍ରାଇଜଦେଇଛନ୍ତି ।ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଛି ଦଳ । ଦେବାଶିଷ ସାମନ୍ତରାୟ ତିନି ଥର ବିଧାୟକ ହୋଇଛନ୍ତି ।ପ୍ରଥମେ ତିର୍ତ୍ତୋଲ ଏବଂ ପରେ ବାରବାଟୀ-କଟକରୁ ଦୁଇଥର ବିଧାୟକ ହୋଇଛନ୍ତି ଦେବାଶିଷ । ସେହିପରି ସମସ୍ତଙ୍କୁ ଚକିତ କରି ପୁରୀର ଯୁବ BJD ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ BJD ରାଜ୍ୟସଭା ପ୍ରାର୍ଥୀ କରିଛି । ସେ ରାଜ୍ୟ ଯୁବ BJD ଉପସଭାପତି ଅଛନ୍ତି । ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଛି ।ଏହି ୩ ଆସନ ପାଇଁ ଫେବ୍ରୁଆରୀ ୨୭ ତାରିଖରେ ନିର୍ବାଚନ ହେବ । ଗତକାଲି ଦୁଇ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ ବିଜେଡିର ତୃତୀୟ ପ୍ରାର୍ଥୀ କିଏ ହେବେ, ତାକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ । ତେବେ ରାଜ୍ୟସଭା ଅଙ୍କ ଅନୁଯାୟୀ ୩ଟି ଯାକ ଆସନରେ ବିଜେଡିର ବିଜୟ ସୁନିଶ୍ଚିତ ହୋଇଥିବା ବେଳେ ତଥାପି ତୃତୀୟ ଆସନକୁ ନେଇ ଦଳ କାହିଁକି ସସପେନସ ରଖିଛି ? ତାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି।

author

Related Articles

Leave a Reply

Your email address will not be published. Required fields are marked *