ସରିଛି ନିର୍ବାଚନ କିନ୍ତୁ ସରିନି ଅପରାଜିତାଙ୍କୁ ବିରୋଧ

ସରିଛି ନିର୍ବାଚନ କିନ୍ତୁ ସରିନି ଅପରାଜିତାଙ୍କୁ ବିରୋଧ

ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏପରି କିଛି ଚର୍ଚ୍ଚା ଏବେ ସାଧାରଣରେ ଜୋର ଧରିଛି । ନିର୍ବାଚନ ସରିବା ପରେ ଏବଂ ଜିତିବା ପରେ ବି ଅପରାଜିତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ତେବେ କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିିତା ଷଡଙ୍ଗୀ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ଯାଇଥିଲେ । କିନ୍ତୁ ସେଠାରେ ପୂର୍ବ ଭଳି ତାଙ୍କୁ ଅଞ୍ଚଳବାସୀ ବିରୋଧ କରିଥିବାର ଦେଖିବାକୁ ମିଳିଛି । ବେଗୁନିଆ ବ୍ଲକର ଏକ ପଞ୍ଚାୟତରେ ଅପରାଜିତା ଷଡଙ୍ଗୀ ଶୀତଳଭଣ୍ଡାର ଉଦାଘଟନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଉପସ୍ଥିତ ନଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଏହାକୁ ବିରୋଧ କରିଥିଲେ । ବିଧାନସଭା ଅଧିବେଶନ ଚାଲିଥିବାରୁ ଏହି କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଉପସ୍ଥିତ ରହିବା ସମ୍ଭବ ନଥିଲା । କିନ୍ତୁ ଏହା ଜାଣି ସୁଦ୍ଧା ଅପରାଜିତା ସ୍ଥାନୀୟ ପ୍ରଶାସନ ଉପରେ ଚାପ ପକାଇ ଏକୁଟିଆ ହିଁ ଏହି ଉଦଘାଟନ କରିବାକୁ ଚାହିଁଥିଲେ । ଯାହାକୁ ସେହି ଅଞ୍ଚଳର ସରପଞ୍ଚ ଏବଂ ଜନପ୍ରତିନିଧି ମାନେ ପସନ୍ଦ କରିନଥିଲେ । ଏବଂ ଅପରାଜିତାଙ୍କୁ ତୀବ୍ର ବିରୋଧ କରିଥିଲେ । କେବଳ ବିରୋଧ ନୁହେଁ ଅପରାଜିତାଙ୍କ ବିରୁଦ୍ଧରେ ନାରାବାଜି ମଧ୍ୟ ଦେଇଥିଲେ । ଯାହା ଫଳରେ ଅପରାଜିତା ଉଦଘାଟନ କରିବା ତ ଦୂରର କଥା ଅଧା ବାଟରୁ ହିଁ ତାଙ୍କୁ ଫେରିବାକୁ ପଡିଥିଲା ।

ଅନ୍ୟପଟେ ନିଜ ଦଳରେ ବି ଅପରାଜିତାଙ୍କୁ ବିରୋଧ କରାଯାଉଥିବା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କାରଣ ଭୁବନେଶ୍ୱର ନିକଟ ବାଳକାଟୀରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ଦଳ ୫ ଜଣଙ୍କୁ ବହିଷ୍କୃତ କରିଛି । ଯେଉଁମାନଙ୍କ ମଧ୍ୟରେ ଅପରାଜିତାଙ୍କ କିଛି ଖାସ ନେତା ମଧ୍ୟ ସାମିଲ ରହିଥିବା ଜଣାପଡିଛି । ଏବଂ ଅପରାଜିତାଙ୍କ ସଙ୍ଗଠନକୁ ଧ୍ୱଂସ କରିବାକୁ ଦଳର ଅନ୍ୟ ଏକ ଗୋଷ୍ଠୀ ଏପରି ଯୋଜନା କରିଛି ବୋଲି ରାଜନୈତିକ ମହଲରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ତେବେ ଦେଖାଯାଉ ଆଗକୁ ଅପରାଜିତାଙ୍କ ବିରୁଦ୍ଧରେ ଦଳ କେଉଁ ଗୋଟି ଚଳାଉଛି ଏବଂ ଅପରାଜିତାଙ୍କ ପ୍ରତିକ୍ରିୟା କଣ ରହୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *