ସର୍ବଦଳୀୟ ବୈଠକରେ ଯୋଗଦେଲାନି କଂଗ୍ରେସ

ସର୍ବଦଳୀୟ ବୈଠକରେ ଯୋଗଦେଲାନି କଂଗ୍ରେସ

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ ବସିବାକୁ ଯାଉଛି । ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ବିଧାନସଭାର ବଜେଟ ଅଧିବେଶନକୁ ନେଇ ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗଦେଇନି ।  ଆସନ୍ତାକାଲି ବିଧାନସଭା ଅଧିବେଶନ ବସିବାକୁ ଥିବାବେଳେ ଏପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ସ୍ଥିର ହୋଇନାହିଁ । ଏନେଇ ଫୋନ ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେହିପରି ବାମପନ୍ଥୀ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଏହି ବୈଠକରେ ସାମିଲ ହୋଇନଥିଲେ ।

author

Related Articles

Leave a Reply

Your email address will not be published. Required fields are marked *