ପୁଣି ବଲିଉଡରେ ପଡିଲା ଚହଳ । ସୁପରଷ୍ଟାର ସଲମନ ଖାନଙ୍କ ପରେ ଏବେ ପଡିଲା ସାହାରୁଖ ଖାନଙ୍କ ପାଳି । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟା ସତ । ବାବା ସିଦ୍ଧିକଙ୍କୁ ଲରେନ୍ସ ଗ୍ୟାଙ୍ଗର ହତ୍ୟା ପରେ ବଲିଉଡରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା । ସଲମନ ଖାନଙ୍କୁ ଲରେନ୍ସ ଗ୍ୟାଙ୍ଗର ଧମକ ପରେ ସଲମନଙ୍କୁ ସୀକ୍ୟୁରିଟିକୁ ବଢାଯାଇଥିଲା । ତେବେ ବର୍ତ୍ତମାନ ସଲମାନ ଖାନଙ୍କ ପରେ ଏବେ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଛି । ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ଏହାକୁ ଗୁରୁତର ସହ ନେଇଛି ମୁମ୍ବାଇ ପୋଲିସ । ଏହା ପଛର କାର୍ପଟକାର କିଏ ତାକୁ ଖୋଜିବାକୁ ତନଘାନା ଚଳାଇଛି ପୋଲିସ । ସୂଚନା ଅନୁଯାୟୀ ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ମୁମ୍ୱାଇ ବାନ୍ଦ୍ରା ପୋଲିସରେ ମାମଲା ଦାଏର ହୋଇଛି । ରାୟପୁରରେ ଗସ୍ତରେ ରହିଛନ୍ତି ସ୍ୱତନ୍ତ୍ର ଟିମ । ଧମକ ଦେଇଥିବା ବ୍ୟକ୍ତିର କଲ ଟ୍ରେସ କରୁଛି ପୋଲିସ । ଯଦି ଆମେ ଘଟଣା ବଳୀ ଗୁଡିକ ଉପରେ ଟିକେ ନଜର ପକାଇବା ତେବେ ଶାହାରୁଖଙ୍କ ପାଖକୁ ଏକ ଅଜଣା କଲ୍ ଆସିଥିଲା । ଏବଂ ତାଙ୍କୁ କଲରେ ଟଙ୍କା ମଗାଯାଇଥିଲା । କୋଟି କୋଟି ଟଙ୍କା ନଦେଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ବାସ୍ ଏତିକି କହିବା ପରେ ଫୋନ୍ କାଟିଦେଇଥିଲା ଅଜଣା ବ୍ୟକ୍ତି ଜଣକ । ତେବେ କଲ କରିଥିବା ବ୍ୟକ୍ତିର ନାଁ ପୋଲିସ ଖୋଜି ପାଇଥିବା ବେଳେ ବ୍ୟକ୍ତିଟର ନାଁ ହେଉଛି ଫୈଜାନ୍ ଖାନ୍ ବୋଲି କୁହାଯାଉଛି । ଏବଂ ବର୍ତ୍ତମାନ ମୁମ୍ୱାଇ ପୋଲିସ ଏହି ବ୍ୟକ୍ତି ଜଣଙ୍କର ଲୋକେସନ ଟ୍ରାକ କରିବା ପାଇଁ ନିଜର ଚେଷ୍ଟା ଚଳାଇଛି । ତେବେ ସୁପରଷ୍ଟାର ସଲମନ ଖାନଙ୍କୁ ଲରେନ୍ସ ଗ୍ୟାଙ୍ଗ ଧମକ ଦେଇଥିବା ବେଳେ ଶାହାରୁଖଙ୍କ ଏହି ଧମକ ପଛରେ କାହାର ହାତ ରହିଛି ସେନେଇ ଜୋରଦାର ତଦନ୍ତ କରୁଛି ପୋଲିସ ।
You can share this post!
author