ସଲମାନ ଖାନଙ୍କୁ ଆଟାକ

ସଲମାନ ଖାନଙ୍କୁ ଆଟାକ

ବଲିଉଡ ସୁପରଷ୍ଟାର ତଥା ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ମାରିବାକୁ ଉଦ୍ୟମ । ହଁ ଦର୍ଶକବନ୍ଧୁ ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ । ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ତାଙ୍କ ଘର ବାହାରେ ଏଭଳି ଘଟଣା ଭିଆଇ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ଭିଆଇପି ସିକ୍ୟୁରିଟ ବଢାଯାଇଥିବା ବେଳେ ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ଅନେକ ଥର ମୃତ୍ୟୁ ଧମକ ମିଳିଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏକ ଟେଲିଭିଜନ ସାକ୍ଷାତକାରରେ ସେ ଖୋଲାଖୋଲି କହିଥିଲେ ଯେ, ସଲମାନ ଖାନଙ୍କୁ ହତ୍ୟା କରିବା ତାଙ୍କ ଜୀବନର ଉଦ୍ଦେଶ୍ୟ। ଆଜି ଏପରି ଘଟଣା ଘଟିବା ପରେ ଅଧିକ ସତର୍କ ହୋଇଛନ୍ତି ସଲମାନ ଏବଂ ତାଙ୍କର ସିକ୍ୟୁରିଟି ଫୋର୍ସ ବଢାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *