ସଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଷାଲ୍ ମଦ ରନ୍ଧା

ସଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଷାଲ୍ ମଦ ରନ୍ଧା

ଭୁବନେଶ୍ୱରରେ ପାର୍ବଣ ଋତୁ କୁ ନେଇ କମିଶନ ରେଟ ପୋଲିସ ପକ୍ଷରୁ କରାଯାଉଛି ଛକ ବଜାର ଓ ବସ୍ତିରେ କଡ଼ାକଡ଼ି ଚେକିଂ ଖାଲି ସେତିକ ନୁହେଁ ପୂଜାରେ ଜୁଆ ଖେଳ ଓ ମଦ କାରବାର ବହୁ ପରିମାଣରେ ହୁଏ। ଯାହାକୁ ଆଖି ଆଗରେ ରଖି ଅବକାରୀ ବିଭାଗ ପକ୍ଷରୁ ମଧ୍ଯ କରାଯାଇଛି କଡ଼ାକଡ଼ି ଚେକିଙ୍ଗ।ସଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଷାଲ୍ ମଦ ରନ୍ଧା । ଚଢ଼ାଉ କରିଛି ଅବକାରୀ ବିଭାଗ । ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି । ୧୦ ହଜାର ଲିଟର ପୋଚ ଓ ୧ ହଜାର ଲିଟର ଦେଶୀ ମଦ ଜବତ କଲା ଅବକାରୀ ଥାନା । ଭୁବନେଶ୍ୱର ଅବକାରୀ ଥାନା ପକ୍ଷରୁ IIC ବିକାଶ ନାୟକଙ୍କ ନିର୍ଦ୍ଦେଶ ରେ ଏହି ଚଢ଼ାଉ କରାଯାଇ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ପୂଜା ପାଇଁ ଏତେ ବ୍ୟାପକ ପରିମାଣର ତିଆରି ଚାଲିଥିବା ସେମାନେ ସ୍ୱୀକାର କରିଛନ୍ତି । ଆଗକୁ କୁମାରପୁର୍ଣିମା ଥିବା ବେଳେ ଦେଶୀ ମଦର ଡିମାଣ୍ଡ କୁ ଦୃଷ୍ଟିରେ ରଖି ତିଆରି ଚାଲିଥିବା ଗିରଫ ପରେ କହିଛନ୍ତି ଅଭିଯୁକ୍ତ । ସେପଟେ ଆଗକୁ ବସ୍ତି ଓ ଚୋରା ମଦ ଆଡ୍ଡା ଉପରେ ଚଢ଼ାଉ ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ ।

author

Related Articles

Leave a Reply

Your email address will not be published. Required fields are marked *