ସାଧାରଣ ଖାଉଟିଙ୍କୁ କନ୍ଦାଉଛି ଦରବୃଦ୍ଧି…ତମାସା ଦେଖୁଛନ୍ତି ମୋଦି-ମୋହନ !

ସାଧାରଣ ଖାଉଟିଙ୍କୁ କନ୍ଦାଉଛି ଦରବୃଦ୍ଧି…ତମାସା ଦେଖୁଛନ୍ତି ମୋଦି-ମୋହନ !

ମୋହନ ସରକାରରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା । ଦରଦାମ ବୃଦ୍ଧିରେ ଲାଗୁନି ବ୍ରେକ । ହଁ ଦର୍ଶକବନ୍ଧୁ ଦୀର୍ଘ ପାଞ୍ଚମାସ ହୋଇଯିବ ରାଜ୍ୟରେ ଆଳୁ ଦର କେଜି ପିଛା ଚାଳିଶ ଟଙ୍କା ରହିଥିବା ବେଳେ କଞ୍ଚା ପରିବାର ଦର ଆକାଶ ଛୁଆଁ । ମୋହନଙ୍କ ସମୟରେ ମହଙ୍ଗା ମାଡରୁ ସାଧାରଣ ଲୋକଙ୍କୁ ମୁକ୍ତି ମିଳୁନି । ସାଧାରଣ ଖାଉଟିଙ୍କୁ କନ୍ଦାଉଛି ଦରବୃଦ୍ଧି । ସାଧାରଣତଃ ଧର୍ମ ମାସ କାର୍ତ୍ତିକ ମାସରେ ମଧ୍ୟ ପରିବା ଦର ଉପରମୁହାଁ ରହିଛି । ଖାଲି ସେତିକି ନୁହେଁ ଓଡିଶାର ସାଧାରଣ ଲୋକଙ୍କୁ ରାସନ କାର୍ଡରେ ରାସନ ଯୋଗାଇ ଦେବାରେ ଫେଲ ମାରୁଛନ୍ତି ମୋହନ । ବିଜେପି ସରକାର ଆସିବା ପରେ ରାସନ କାର୍ଡରେ ପ୍ରତ୍ୟୋକ ହିତାଧିକାରୀଙ୍କୁ ଗହମ ଦେବେ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଅକ୍ଟୋବର ମାସରୁ ଏହାକୁ ଲାଗୁ କରାଯିବ କିନ୍ତୁ ଅକ୍ଟୋବର ସରିଗଲା ହେଲେ ଲୋକ ଗହମ ପାଇଲେନି । ଦୀର୍ଘ ଦିନ ହୋଇଯିବ ରାଜ୍ୟରେ ଏହି ବେକାରୀ ସମସ୍ୟା ଲାଗି ରହିଥିବା ବେଳେ ନିରବଦ୍ରଷ୍ଟା ସାଜିଛି ବିଜେପି ସରକାର । କଞ୍ଚା ପରିବାଠାରୁ ଆରମ୍ଭ କରି ଖାଇବା ତେଲ ପର୍ଯ୍ୟନ୍ତ ସବୁର ଦରକୁ ନିୟନ୍ତ୍ରଣ କରିବାରେ ଫେଲ ମାରୁଛି ବିଜେପି । ଲୋକଙ୍କୁ କିପରି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ସେଥିପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯତ୍ନବାନ ହେବା ଉଚିତ । କିନ୍ତୁ ରାଜ୍ୟରେ ଦରବୃଦ୍ଧି ସମସ୍ୟାକୁ ନେଇ ବିଜେପି ମନ୍ତ୍ରୀଙ୍କ କୌଣସି ତପ୍ତରତା ଦେଖିବାକୁ ମିଳୁନାହିଁ । ପଶ୍ଚିମବଙ୍ଗରୁ ଆଳୁ ବନ୍ଦ କରି ଉତ୍ତରପ୍ରଦେଶରୁ ଆଳୁ ମଗାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କିନ୍ତୁ ରାଜ୍ୟରେ ଆଳୁ ଦର ଏବେ ବି ଉପରମୁହାଁ । ଓଡିଶାରେ ଦୀର୍ଘ 24 ବର୍ଷ ପରେ ବିଜେଡିକୁ ଶାସନ କ୍ଷମତାରୁ ହଟାଇ ଡବଲ ଇଞ୍ଜିନ ସରକାର ଆସିଲା । ସାଧାରଣ ଲୋକଙ୍କ ସମସ୍ୟା କମିବା ବଦଳରେ ବଢିବାରେ ଲାଗିଛି । ପ୍ରତିଶ୍ରୁତିର ପାହାଡ ଉପରେ ଛିଡା ହୋଇଥିବା ବିଜେପି ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ଓ ରାଜ୍ୟବାସୀଙ୍କ ସମସ୍ୟା ସମାଧାନ ଦିଗରେ କେତେ ସଫଳ ହେଉଛନ୍ତି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *