ସାମ୍ନାକୁ ଆସିଲା ପ୍ରଶାନ୍ତ ଜଗଦେବଙ୍କ ସତ

ସାମ୍ନାକୁ ଆସିଲା ପ୍ରଶାନ୍ତ ଜଗଦେବଙ୍କ ସତ

ସାମ୍ନାକୁ ଆସିଲା ପ୍ରଶାନ୍ତ ଜଗଦେବଙ୍କ ସତ । ଇଭିଏମ ଭାଙ୍ଗିବା ମାମଲାରେ ବିଜେପି ଜାରିକଲା ଘଟଣା ବେଳର ସିସିଟିଭି ଫୁଟେଜ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଖୋର୍ଦ୍ଧା ବିଧାନସଭା ଆସନର ବୋଲଗଡ କାଉଁରିପାଟଣା ବୁଥରେ ବିଜେପି ନେତା ପ୍ରଶାନ୍ତ ଜଗଦେବଙ୍କୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଭୋଟିଂ ସମୟରେ ମତଦାନ କେନ୍ଦ୍ରରେ ପଶି ପ୍ରଶାନ୍ତ ଇଭିଏମ ମେସିନ ଭଙ୍ଗାରୁଜା କରୁଥିବା ଖବର ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏପରିକି ପୋଲିସ ପ୍ରଶାନ୍ତ ଜଗଦେବଙ୍କୁ ଏ ଘଟଣା ଘଟାଇଥିବା ଅଭିଯୋଗରେ ଗିରଫ ମଧ୍ୟ କରିଥିଲା । କିନ୍ତୁ ଏବେ ସେ ଘଟଣାର ସିସିଟିଭି ଫୁଟେଜ ଜାରି କରିଛି ଭାରତୀୟ ଜନତା ପାର୍ଟୀ । ସେ ଦିନ ମତଦାନ କେନ୍ଦ୍ରରେ କଣ ଘଟିଥିଲା, କିଏ ଭଙ୍ଗାରୁଜା କରୁଥିଲା ତାର ଏକ ଭିଡିଓ ଏବେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ତାଙ୍କ ସୋସିଆଲ ମିଡିଆ ପେଜରେ ଜାରି କରିଛନ୍ତି । ଯେଉଁଥିରେ ଏହା ସ୍ପଷ୍ଟ ହୋଇଛି ଯେ, ଯେଉଁ ଅଭିଯୋଗ ଆଧାରରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରିଥିଲା ସେଥିରେ କୌଣସି ସତ୍ୟତା ନାହିଁ । ଭିଡିଓରେ ପ୍ରଶାନ୍ତ ଜଗଦେବ ସ୍ପଷ୍ଟ ଭାବେ ନଜର ଆସୁଛନ୍ତି ସତ ହେଲେ ପ୍ରଶାନ୍ତ ଇଭିଏମ ଭାଙ୍ଗିବା ନେଇ ଏହି ସିସିଟିଭି ଫୁଟେଜରେ କୌଣସି ସ୍ପଷ୍ଟ ଦୃଶ୍ୟ ନାହିଁ । ଯେତେବେଳେ ଇଭିଏମ ଭାଙ୍ଗିବା ଶବ୍ଦ ଶୁଣାଯାଉଛି ସେତେ ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୂରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ସାର୍ବଜନୀନ ହେବା ପରେ ଏବେ ବିନା ତଦନ୍ତରେ ପ୍ରଶାନ୍ତଙ୍କୁ ଗିରଫ କରିବାକୁ ପୋଲିସ ଉପରେ ଆଙ୍ଗୁଠି ଉଠିବା ସହ ବିଜେପି ନେତାଙ୍କ ପ୍ରତି ଏହା ଅନ୍ୟାୟ ହେଉଥିବା ଏବେ ବିଜେପି କର୍ମୀମାନେ ଅଭିଯୋଗ କରିବା ଆରମ୍ଭ କଲେଣି ।

author

Related Articles

Leave a Reply

Your email address will not be published. Required fields are marked *