ସାମ୍ନାକୁ ଆସିଲା ବର୍ଷାଙ୍କ କଳା ରହସ୍ୟ !

ସାମ୍ନାକୁ ଆସିଲା ବର୍ଷାଙ୍କ କଳା ରହସ୍ୟ !

ବିବାଦରେ ପଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସାମ୍ନାକୁ ଆସିଲା ବର୍ଷାଙ୍କ କଳା ରହସ୍ୟ । ହଁ ଆଜ୍ଞା, ଅଭିନୟ ଜଗତରେ ନାଁ କରିବା ପରେ ଏବେ ବର୍ଷା ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଛନ୍ତି । । ଏପରିକି ବିଜେଡିରେ ମିଶୁମିଶୁ ତାଙ୍କୁ ବଡଚଣାରୁ ବିଧାୟକ ଟିକେଟ ମଧ୍ୟ ମିଳିଛି । ଏଥିପାଇଁ ସେ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିନ୍ତୁ ବର୍ଷାଙ୍କ ୪ ସେଟ୍ ନାମାଙ୍କନ ପତ୍ରରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ତାହା ଏବେ ବିଜେଡି ନେତାଙ୍କ ନିଦ ହଜାଇ ଦେଇଛି । ବର୍ଷାଙ୍କ ବିଭିନ୍ନ ସରକାରୀ ରେକର୍ଡରେ ନାଁ ଭିନ୍ନ ଭିନ୍ନ ରହିଥିବା ସୂଚନା ମିଳିଛି । କେଉଁଠାରେ ତାଙ୍କ ନାଁରେ ତ୍ରୁଟି ରହିଛି ତ ଆଉ କେଉଁଠି ବନାନ ତ୍ରୁଟି ରହିଛି । ଏପରିକି ତାଙ୍କ ବାପା-ମାଆଙ୍କ ନାଁ ମଧ୍ୟ ସରକାରୀ ରେକର୍ଡରେ ତ୍ରୁଟିପୂର୍ଣ୍ଣ ରହିଥିବା ଜଣାପଡିଛି । ବିଭିନ୍ନ ସରକାରୀ ରେକର୍ଡରେ ବର୍ଷାଙ୍କର ୮ଟି ନାଁ ରହିଥିବା ବେଳେ ସେ ସମସ୍ତ ନାଁ ବର୍ଷା ନିଜର ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଏବେ କନଫ୍ୟୁଜନ ସୃଷ୍ଟି ହୋଇଛି । ବର୍ଷା ନିଜ ପରିଚୟକୁ ନେଇ ଲୁଚକାଳି ଖେଳୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବର୍ଷାଙ୍କର ସ୍କୁଲ ସାର୍ଟିଫିକେଟରୁ ଆରମ୍ଭ କରି ବ୍ୟାଙ୍କ ଖାତା, ପ୍ୟାନ କାର୍ଡ, ଏବଂ ଆଧାର ନମ୍ବର ଆଦି ସରକାରୀ ରେକର୍ଡରେ ଭିନ୍ନ ଭିନ୍ନ ନାଁ ରହିବା ସହ ସେ କିପରି ଏହାକୁ ସମାଧାନ କରୁନଥିଲେ ତାହା ଏବେ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । ଅନ୍ୟପଟେ ବର୍ଷା ହେଉଛନ୍ତି ଏକମାତ୍ର ମହିଳା ପ୍ରାର୍ଥୀ ଯାହାଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ବେଳେ ଏବେ ବି କୋର୍ଟଙ୍କ ବିଚାରାଧୀନ ରହିଥିବା ତାଙ୍କ ସତ୍ୟପାଠରୁ ଜଣାପଡିଛି । ତେବେ ଏଭଳି ସ୍ଥିତିରେ ବର୍ଷାଙ୍କ ସତ୍ୟପାଠ ନାକଚ ହେବାର ସମ୍ଭାବନା ଥିବାରୁ ବର୍ଷା ଏବେ କଣ କରିବେ ତାକୁ ନେଇ ସସପେନ୍ସ ବଢିଛି ।

author

Related Articles

Leave a Reply

Your email address will not be published. Required fields are marked *