ସାମ୍ୱାଦିକଙ୍କ ପାଇଁ ମୁହଁ ଖୋଲିଲେ ନରସିଂହ

ସାମ୍ୱାଦିକଙ୍କ ପାଇଁ ମୁହଁ ଖୋଲିଲେ ନରସିଂହ

ବିଧାନସଭାର ଶୂନ୍ୟକାଳରେ ସାମ୍ୱାଦିକଙ୍କ ଦାବି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ପାସ୍ ବ୍ୟବସ୍ଥା କରନ୍ତୁ ସରକାର । ସରକାର ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ । ସେହିଭଳି ଅନ୍ୟ ରାଜ୍ୟରେ ପେନସନ ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ବି ସାମ୍ବାଦିକଙ୍କୁ ପେନସନ ଦିଆଯାଉ ବୋଲି ଦାବି କରିଛନ୍ତି ନରସିଂହ । ବଲାଙ୍ଗୀର ଜମି ହଡ଼ପ ଘଟଣାରେ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ୪୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି, ସରକାରଙ୍କ କ୍ଷତି ହୋଇଛି । ସରକାର ଚୁପ୍ କାରଣ ଯିଏ ଦୋଷୀ ସେ ହେଉଛନ୍ତି ବିଜେଡ଼ିର ବରିଷ୍ଠ ଉପ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ ବୋଲି କହିଛନ୍ତି ନରସିଂହ ।

author

Related Articles

Leave a Reply

Your email address will not be published. Required fields are marked *