ସାମ୍ୱାଦିକ ସମ୍ମିଳନୀରେ ବର୍ଷିଲେ ହେମ୍ରମ ଓ ତାଙ୍କ ପତ୍ନୀ

ସାମ୍ୱାଦିକ ସମ୍ମିଳନୀରେ ବର୍ଷିଲେ ହେମ୍ରମ ଓ ତାଙ୍କ ପତ୍ନୀ

ନିର୍ବାଚନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି । କେନ୍ଦୁଝର କଂଗ୍ରେସରେ ତୁଟୁନି କଳି । ଟିକେଟ କଟିବା ପରେ ଦଳ ଛାଡୁଛନ୍ତି ଗୋଟିଏ ପରେ ଗୋଟିଏ ଭେଟରାନ । ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଛନ୍ତି । ଟିକେଟ କଟିବା ପରେ କଂଗ୍ରେସ ଛାଡ଼ିଲେ ମୋହନ ହେମ୍ରମ ଓ ତାଙ୍କ ପତ୍ନୀ ଝୁନା ପଟ୍ଟନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି । ଏଆଇସିସି ନିଷ୍ପତି ଲଜ୍ଜିତ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ମୋହନ । ପ୍ରଥମେ ଟିକେଟ ଦେଉଛନ୍ତି ଏହାପରେ କାଟି ଦେଉଛନ୍ତି । 2019 ମସିହାରେ ଟିକେଟ ମିଳିଥିଲା । ଏବଂ ଲୋକସଭାରୁ ପ୍ରାର୍ଥୀ ହୋଇଥିଲେ । ଏବଂ ଏଥର ନିର୍ବାଚନ ଲଡିବା ପାଇଁ ସେ 50 ହଜାର ଟଙ୍କା ଦେଇଥିବା ମଧ୍ୟ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *