ସାରା, ଜାହ୍ନବୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା

ସାରା, ଜାହ୍ନବୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା

ଭୁବନେଶ୍ୱର:

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ତାଙ୍କର ଫିଲ୍ମି ‘ଡ୍ରିମ ଗାର୍ଲ-୨’କୁ ନେଇ ବେଶ ଆଶାବାଦୀ | ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ଦେଖାଯିବ ଆୟୁଷ୍ମାନ ଖୁରାନା | ଇତିମଧ୍ୟରେ ଅନନ୍ୟା ଏକ ମଲ୍ଟି ଷ୍ଟାର ଫିଲ୍ମିରେ କାମ କରିବା ପାଇଁ ଇଛା ରଖିଛନ୍ତି | ଫିଲ୍ମଟି ମହିଳାମାନଙ୍କୁ ନେଇ ହେବ ପାଇଁ ସେ ଚାହାନ୍ତି | ତେବେ ଏଭଳି ଏକ ଫିଲ୍ମିରେ ସେ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନଙ୍କ ସହ କାମ କରିବା ପାଇଁ ଚାହିଁବେ ବୋଲି କହିଛନ୍ତି | ଏବେ ବଲିଉଡରେ ମଲ୍ଟି ଷ୍ଟାର ଫିଲ୍ମି ଏକ ଟ୍ରେଣ୍ଡ ହୋଇଛି | ‘ବୀରେ ଦ ୱେଡିଂ’ ଫିଲ୍ମିରେ କରିନା କପୁର, ସୋନମ କପୁର, ସ୍ଵରା ଭାସ୍କର ଏକାଠି କାମ କରିଥିଲେ | ଫରହାନ ଅଖତରଙ୍କ ଫିଲ୍ମି ‘ଜି ଲେ ଜରା’ ରେ ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ ଏବଂ ଆଲିଆ ଭଟ୍ଟ ଏକାଠି କାମ କରିବେ | ଇତିମଧ୍ୟରେ ‘ବୀରେ ଦ ୱେଡିଂ’ରେ ପ୍ରଯୋଜିକା ରିଆ କପୁର, କରିନା, ତବୁ ଏବଂ କ୍ରିତି ସାନନକୁ ନେଇ ଏକ ଫିଲ୍ମି କରିବେ ବୋଲି ଘୋଷଣା କରିସାରିଲେଣି | ଏଠାରେ ପ୍ରକାଶ ଥାଉ କି, ଅନନ୍ୟା ଏବେ ‘ଡ୍ରିମ ଗାର୍ଲ-୨’ ସହ ‘ଖୋ ଗଏ ହମ କାହାଁ’ ଫିଲ୍ମିର ସୁଟିଂରେ ବ୍ୟସ୍ତ ଅଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *