ସାରା ବିଶ୍ୱରେ ପୁଣି ମୋଦି ନଂ ୧

ସାରା ବିଶ୍ୱରେ ପୁଣି ମୋଦି ନଂ ୧

ସାରା ବିଶ୍ୱରେ ପୁଣି ମୋଦି ନଂ ୧ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ପ୍ରଥମ ନେତା, ଯାହାଙ୍କର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଦୁଇ କୋଟି ସବସ୍କ୍ରାଇବର ଯୋଡ଼ି ହୋଇଛନ୍ତି । ଦୁଇ କୋଟି ସବସ୍କ୍ରାଇବର ପାଇବାରେ ମୋଦୀ ବିଶ୍ୱର ଏକମାତ୍ର ନେତା । ଭାରତର ତଥା ବିଶ୍ୱର ଅନେକ ନେତା ତଥା ସେଲିବ୍ରିଟିଙ୍କଠାରୁ ମଧ୍ୟ ସେ ଖୁବ୍ ଆଗରେ ରହିଛନ୍ତି । ଅନ୍ୟପଟେ ଏହି ତାଲିକାର ଦ୍ୱିତୀୟରେ ଅଛନ୍ତି ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲ୍ସନୋରା । ଯାହାଙ୍କର ମାତ୍ର ୬୪ ଲକ୍ଷ ସବସ୍କ୍ରାଇବର ରହିଛନ୍ତି । ଏହି ସଂଖ୍ୟା ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ ଚ୍ୟାନେଲର ଏକ ତୃତୀୟାଂଶରୁ ବି କମ୍।

ବିଭିନ୍ନ ବିଷୟବସ୍ତୁକୁ ନେଇ ନରେନ୍ଦ୍ର ମୋଦୀଙ୍କ ଚ୍ୟାନେଲରେ ଯେଉଁ ଭିଡିଓ ପ୍ରସାରିତ ହୋଇଛି, ତାହା କେବଳ ଭାରତର ରାଜନୈତିକ ପ୍ରତିପକ୍ଷଙ୍କୁ ପଛରେ ପକାଇ ନାହିଁ ବରଂ ବିଶ୍ୱର ଅନେକ ନେତାଙ୍କ ତୁଳନାରେ ଖୁବ୍ ଅଧିକ । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ତାଙ୍କ ଚ୍ୟାନେଲର ଭିଡିଓ ଭ୍ୟୁ ସଂଖ୍ୟା ୪୫୦ କୋଟି ଟପିଲା ।

author

Related Articles

Leave a Reply

Your email address will not be published. Required fields are marked *