ସାରା ବିଶ୍ୱରେ ମାତ୍ର ୧୪.୯ ପ୍ରତିଶତ ହିନ୍ଦୁ…

ସାରା ବିଶ୍ୱରେ ମାତ୍ର ୧୪.୯ ପ୍ରତିଶତ ହିନ୍ଦୁ…

ଆମ ଦେଶ ଭାରତ ଏକ ହିନ୍ଦୁ ରାଷ୍ଟ୍ର । ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀ ଭାରତରେ ରୁହନ୍ତି । କିନ୍ତୁ କେବେ ଭାବିଛନ୍ତି କି ଭାରତକୁ ଛାଡିଦେଲେ ଆଉ କେଉଁଠି କେଉଁଠି ହିନ୍ଦୁ ଧର୍ମାବଲମ୍ବୀ ଅଛନ୍ତି । ସାରା ବିଶ୍ୱରେ ହିନ୍ଦୁଙ୍କ ସଂଖ୍ୟା କେତେ ? ତେବେ ସାରା ବିଶ୍ୱରେ ବିଭିନ୍ନ ଧର୍ମାବଲମ୍ବୀର ଲୋକ ବସବାସ କରନ୍ତି । ହିନ୍ଦୁ, ଇସଲାମ, ଶିଖ୍‌, ଇସାଇ. ଆଦି ଧର୍ମାବଲମ୍ବୀ ରହିଛନ୍ତି । କିନ୍ତୁ ୟୁ ରିସର୍ଚ୍ଚ ସେଣ୍ଟରର ରିପୋର୍ଟ ଅନୁସାରେ, ହିନ୍ଦୁ ଧର୍ମକୁ ମାନୁଥିବା ଲୋକଙ୍କ ସଂଖ୍ୟା ସାରା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ହିନ୍ଦୁ ଧର୍ମକୁ ମାନୁଥିବା ଲୋକଙ୍କ ସଂଖ୍ୟା ସାରା ବିଶ୍ୱରେ ୧୪.୦୯ ପ୍ରତିଶତ ରହିଛି । ତେବେ ୨୦୧୦ ଏବଂ ୨୦୨୦ ମଧ୍ୟରେ ହିନ୍ଦୁ ଧର୍ମର ଜନସଂଖ୍ୟାରେ ବୃଦ୍ଧି ଘଟିଛି । ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଦୁବାଇ, କୁୱେତ, କତରରେ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟା ୬୨ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଆମେରିକା ଓ କାନାଡା ଭଳି ଦେଶରେ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟାରେ ୫୫ ପ୍ରତିଶତ ବୃଦ୍ଧି ହୋଇଛି । ହେଲେ ହିନ୍ଦୁ ଧର୍ମଠାରୁ ଅଧିକ ବଢିଛି ଇସଲାମ ଧର୍ମାବଲମ୍ବୀଙ୍କ ସଂଖ।। ।

ବର୍ତମାନ ସାରା ବିଶ୍ୱରେ ଇସଲାମ ଧର୍ମାବଲମ୍ବୀଙ୍କ ସଂଖ୍ୟା ୨ ବିଲିୟନରୁ ଅଧିକ ରହିଛି । ୨୦୧୦-୨୦୨୦ ମଧ୍ୟରେ ଏହାର ଜନସଂଖ୍ୟା ୩୪.୭ କୋଟି ବୃଦ୍ଧି ପାଇଥିଲା ।

ତେବେ ଏହି ଦୁଇଟି ଧର୍ମାବଲମ୍ବୀଙ୍କ ତୁଳନାରେ ବର୍ତମାନ ଇସାଇ ଧର୍ମ ବିଶ୍ୱର ସବୁଠାରୁ ବଡ ଧର୍ମ ଭାବେ ପରିଗଣିତ ହେଉଛି । ସାରା ବିଶ୍ୱରେ ପାଖାପାଖି ୨୯ ପ୍ରତିଶତ ଅର୍ଥାତ୍ ୨.୩ ଆରବ ଲୋକ ଇସାଇ ଧର୍ମକୁ ମାନୁଛନ୍ତି । ୟୁ ନାମକ ଏକ ସ ର୍ଭେ ସଂସ୍ଥା ତା ରିପୋର୍ଟରେ ଏପରି ବଡ ଖୁଲାସା କରିଛି । ହିନ୍ଦୁ ଧର୍ମର ଲୋକସଂଖ୍ୟା ତୁଳନାରେ ଇସାଇ ଧର୍ମର ଲୋକସଂଖ୍ୟା ୧.୧ ପ୍ରତିଶତ ଅଧିକ ।

author

Related Articles

Leave a Reply

Your email address will not be published. Required fields are marked *