ହାରିଛି,ଭାଙ୍ଗିଛି ଏବଂ ପୁଣିଥରେ ଉଠିବାର ସାହାସ ତୁମଠୁ ପାଇଛି । ତମେ ମୋ ଦମ୍ଭ, ତମେ ମୋ ସାହାସ ଏବଂ ତମେ ମୋ ଗର୍ବ । ତ୍ୟାଗର ଗୋଟେ ଅନନ୍ୟ ପ୍ରତୀକ ତୁମେ ‘’ମୋ ମାଆ’’ । ମାଆ ଏହି ଶବ୍ଦର ଆକାର ସିନା ଛୋଟ କିନ୍ତୁ ଭାବ ଓ ଅର୍ଥରେ ସେ ମହାନ । ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମାଆ ଯାହାର ସଜ୍ଞାକୁ ବନାନ କରିବା ପାଇଁ ଶବ୍ଦର ଅଭାବ ପଡିଯାଏ । ଆଜି ମାତୃ ଦିବସ ଉପଲକ୍ଷେ ମାଆ ପାଇଁ ଦିନଟିଏ । ବିଶ୍ୱବ୍ୟାପୀ ପ୍ରତ୍ୟେକ ମଣିଷ ଆଜିର ଏହି ଦିନଟିକୁ ବେଶ ଆନନ୍ଦରେ ପାଳନ କରିଥାନ୍ତି । କିଏ କେକ୍ କାଟି ମାତୃ ଦିବସ ପାଳୁଛନ୍ତି ତ ଆଉ କିଏ ସୋସିଆଲ ମିଡିଆରେ ନିଜ ମାଙ୍କ ଫଟୋକୁ ସ୍ଥାନ ଦେଇ ମାତୃ ଦିବସ ପାଳନ କରୁଛନ୍ତି । ମାଆ ଶବ୍ଦ ସ୍ୱର୍ଗଠାରୁ ବଡ଼ ହୋଇଥିବା ବେଳେ ଇଶ୍ୱରଙ୍କ ଠାରୁ ମଧ୍ୟ ମହାନ ହୋଇଥାଏ । ମାଆ ନିଜ ପିଲାର ଜନ୍ମଠୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ ଅଳିଅଝଟ ଶୁଣିବା ସହ ଦାୟିତ୍ୱ ମଧ୍ୟ ତୁଲାଇଥାନ୍ତି । ସେହି ପ୍ରେରଣାଦାୟୀ ମମତାମୟୀ ମଣିଷଟି ପାଇଁ ଆଜିର ଦିନଟି ଉତ୍ସର୍ଗିକୃତ ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
କୋବି କିଆରୀରେ ବାଘ
- November 16, 2024
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024