ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି

ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି

ସାରା ରାଜ୍ୟରେ ବଢିଚାଲିଛି ଶୀତର ଲହରୀ । ରାତି ତୁଳନାରେ ଦିନରେ ମଧ୍ୟ ଦେଖିବାକୁ ମିଳୁଛି ଶୀତର ପ୍ରକୋପ । ୧୫ ଡିଗ୍ରୀ ତଳେ ୨୩ ସହରର ତାପମାତ୍ରା ରହିଛି । ସର୍ବାଧିକ ଦାରିଙ୍ଗିବାଡିରେ ଶୀତର ଲହରୀ ଅଧିକା ରହିଛି । ପ୍ରବଳ ଶୀତ ସାଙ୍ଗକୁ କୁହୁଡି ପାଗ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ କିନ୍ତୁ ପ୍ରକୃତିର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ । କନ୍ଧମାଳ ଜିଲ୍ଲାରେ ବିଳମ୍ଭରେ ଶୀତ ଛୁଇଁଥିବା ବେଳେ ଏବେ ଚାରି ଦିନରେ ପାରଦ ୫ ଡିଗ୍ରୀ ଖସିଥିବା ବେଳେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଏବେ ଦାରିଙ୍ଗବାଡିର ତାପମାତ୍ରା ୯.୫ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଜିଲ୍ଲାର ଅନ୍ୟ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶୀତର ପ୍ରକୋପ ଅନୁଭୂତ ହେଉଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।

author

Related Articles

Leave a Reply

Your email address will not be published. Required fields are marked *