ସାଲେପୁରରେ ବଳ ଗୋଟାଉଛନ୍ତି ଅରିନ୍ଦମ

ସାଲେପୁରରେ ବଳ ଗୋଟାଉଛନ୍ତି ଅରିନ୍ଦମ

ଆକ୍ସନ ମୋଡରେ ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ । ସାଲେପୁରରେ ଏଥର ସତ୍ତ । ପରିବର୍ତ୍ତନ କରିବା ପାଇଁ ବଳ ଗୋଟାଉଛନ୍ତି ଅରିନ୍ଦମ । ବିଜେଡିରୁ ଟିକେଟ ନମିଳିବାର ପ୍ରତିଶୋଧ ନେବାକୁ ପୁରା ଫର୍ମରେ ରେଡି ହେଉଛନ୍ତି । ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର ରଖିଛନ୍ତି ।ସେ ପ୍ରଥମ ଥର ପାଇଁ ଚଳିତ ଥର ନିର୍ବାଚନ ଲଢୁଥିବାରୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଁଞ୍ଚୁଛନ୍ତି । ଏବଂ ଭୋଟରମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ବଳ କଷୁଛନ୍ତି । କାରଣ ଅରିନ୍ଦମ ଯେଉଁ ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେ ଆସନରେ ବିଜେପି କେବେ ବି ଖାତା ଖୋଲିନି । ବିଜେଡି ଏବଂ କଂଗ୍ରେସ ଏହି ଆସନରେ ଶାସନ କରିଥିବା ବେଳେ ଏଥର ଏ ଆସନ ବିଜେପି ପାଖକୁ କିପରି ଆସିବ ସେନେଇ ରୋଡମ୍ୟାପ ପ୍ରସ୍ତୁତ କରି ଆଗେଇ ଚାଲିଛନ୍ତି ଅରିନ୍ଦମ । ଆଉ ଏଥିପାଇଁ କେବେ ରୋଡ ସୋ ତ ଆଉ କେବେ ପୂଜାର୍ଚ୍ଚନା କରି ଲୋକଙ୍କ ନିକଟତର ହେଉଛନ୍ତି ।ତେବେ ୨୦୦୦ ମସିହାରୁ ଲଗାତାର ଏଠାରେ ବିଜେଡି ବିଜୟୀ ହେଉଥିବା ବେଳେ ୨୦୧୪ରେ କଂଗ୍ରେସ ବିଜେଡିକୁ ଗାଦିଚ୍ୟୁତ କରି ନିଜ ଶାସନ ଗାଦିରେ ବସିଥିଲା । କିନ୍ତୁ ୨୦୧୯ ବେଳକୁ ବାଜି ଓଲଟି ଯାଇଥିଲା । ତେବେ ଏଥର କଣ ହେବ ବିଜେଡି ପୁଣି ଥରେ ସରକାରକୁ ଆସିବ ନା ବିଜେପି ନୂଆ ସରକାର ଗଢିବ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *