ସିଂହଦ୍ୱାରରେ ସ୍ଥାନିତ ପତିତପାବନଙ୍କ ମୂର୍ତ୍ତିରୁ ଦଶାବତାର ମୂର୍ତ୍ତି ଗାଏବ

ଶ୍ରୀମନ୍ଦିରରେ ଅଘଟଣ । ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି କୁଆଡେ ଗାଏବ ହୋଇଯିବା ପରେ ଏଭଳି ଦୃଶ୍ୟ ଭକ୍ତ ମାନଙ୍କ ପାଇଁ ଆଲୋଡନ ସୃଷ୍ଟି କରିଛି । କେବେଠୁ ଏହି ମୂର୍ତ୍ତି ଗାଏବ୍ ହେଲାଣି ସ୍ପଷ୍ଟ ହୋଇନଥିଲେ ବି ତିନି ମାସ ତଳର ଫଟୋରେ ଦଶାବତାର ମୂର୍ତ୍ତି ସ୍ପଷ୍ଟ ଦୃଶ୍ୟମାନ ହେଉଥିବାରୁ ଦୁଇ ତିନି ମାସ ଭିତରେ ହିଁ ଦଶାବତାର ମୂର୍ତ୍ତି କାଢ଼ି ନିଆଯାଇଥିବା ଅନୁମାନ କରାଯାଉଛି । ଏବେ ଏହାକୁ ନେଇ ଜବାବ ମାଗିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ଭକ୍ତ । କିଏ, କେଉଁ ପରିସ୍ଥିତିରେ ଦଶାବତାର ମୂର୍ତ୍ତି କାଢ଼ିଲେ, ସାର୍ବଜନୀନ ହେବା ଦରକାର ବୋଲି ଦାବି ଉଠିଛି । ପତିତପାବନଙ୍କ ମନ୍ଦିର ଗୁମୁଟରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଭଳି ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ବୁଦ୍ଧ ଓ କଳକୀଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ଥାନିତ କରାଯାଇଥିଲା । କିନ୍ତୁ ଏହାକୁ କେହି କାଢ଼ି ନେଇଛି ।

author

Related Articles

Leave a Reply

Your email address will not be published. Required fields are marked *