ସିଦ୍ଧାର୍ଥଙ୍କୁ ଭାରି ପଡିବେ ସମୀର ଭାଇନା !

ସିଦ୍ଧାର୍ଥଙ୍କୁ ଭାରି ପଡିବେ ସମୀର ଭାଇନା !

ରୋଚକ ମୋଡକୁ ଗତି କରୁଛି ନିମାପଡା ନିର୍ବାଚନ ମଣ୍ଡଳୀ । ବିଜେଡି ଟିକେଟ ପାଇଁ ଅଡି ବସିଥିବା ସମୀର ଭାଇନା ଏବେ ପଦ୍ମ ଶିବିରରେ ପାଦ ଥାପିଛନ୍ତି । ଏବଂ ତାଙ୍କର ସମର୍ଥକମାନେ ମଧ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେବେ ନିମାପଡାରେ ବିଜେପିର ବଳ ବଢୁଥିବା ବେଳେ ବିଜେଡି ଧୀରେ ଧୀରେ ତଳକୁ ଖସୁଛି । କିନ୍ତୁ ଯଦି ଆମେ କଂଗ୍ରେସ କଥା ଦେଖିବା ତେବେ ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସୁର ରାଉତରାୟଙ୍କ ପୁଅ ସିର୍ଦ୍ଧାର୍ଥ ରାଉତରାୟ । ଚଳିତ ନିର୍ବାଚନରେ ସମୀରଙ୍କୁ ନେଇ ନିମାପଡାର ମାହୋଲ ସରଗରମ ଥିବାବେଳେ ଏବେ ସିଦ୍ଧାର୍ଥ ରାଉତରାୟଙ୍କୁ ନେଇ ଉଠୁଛି ପଡୁଛି ନିମାପଡା । ବିଜୁ ଜନତା ଦଳ ପାଇଁ ପ୍ରଚାର କରୁଥିବା ସମୀର ଏବେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କଲେ ଏବଂ ନିମାପଡାରେ ବିଜେପିକୁ ସଶକ୍ତ କରାଇଲେ । କିନ୍ତୁ ସିଦ୍ଧାର୍ଥ ରାଉତରାୟଙ୍କ କ୍ୟାମ୍ପେନିଙ୍ଗ ନିମାପଡାରେ ଫିକା ପଡିଯାଇଥିଲା । ସାନ ପୁଅ ମନ୍ମଥଙ୍କ ପାଇଁ ଘନ ଘନ ପ୍ରଚାର କରୁଥିବା ସୁର ରାଉତରାୟ ସିଦ୍ଦାର୍ଥଙ୍କ ପାଇଁ ପ୍ରଚାର କଲେ ନାହିଁ । ଅନ୍ୟାୟରେ କଂଗ୍ରେସରୁ ବହିଷ୍କୃତ ହେବା ପରେ ସୁର ବାବୁ ସିଦ୍ଧାର୍ଥଙ୍କୁ ସପୋର୍ଟ କରୁଛନ୍ତି ସତ ହେଲେ ବଡ ପୁଅ ପାଇଁ ପ୍ରଚାର କଲେନାହିଁ । ଅନ୍ୟପଟେ ସିଦ୍ଧାର୍ଥ ରାଉତରାୟ ମଧ୍ୟ ବାପାଙ୍କ ବିନା ସହାୟତାରେ ଚଳିତ ନିର୍ବାଚନ ଜିତିକି ଦେଖାଇବେ ବୋଲି ଦମ୍ଭୋକ୍ତି ବାଡିଥିଲେ । ମନ୍ମଥଙ୍କ ପାଇଁ ପ୍ରଚାର କରୁଛନ୍ତି କିନ୍ତୁ ସିଦ୍ଧାର୍ଥଙ୍କ ପାଇଁ କାହିଁକି ଆସୁନାହାନ୍ତି ବୋଲି ପ୍ରଶ୍ନ ଉଠୁଥିଲା । ନିମାପଡା ନିର୍ବାଚନକୁ ଆଉ ଅଳ୍ପ ଦିନ କେଇଟା ବାକି ଥିବାବେଳେ ଏହି ଆସନରେ କଣ ହେବ ସିଦ୍ଧାର୍ଥ ରାଉତରାୟଙ୍କ ଭାଗ୍ୟ ନା ସିଦ୍ଧାର୍ଥଙ୍କ ଉପରେ ଭାରି ପଡିଯିବେ ସମୀର ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *