ସିଦ୍ଧାର୍ଥ ନା ମନ୍ମଥ କିଏ ଜିତିବ ବାପାଙ୍କ ମନ ?

ସିଦ୍ଧାର୍ଥ ନା ମନ୍ମଥ କିଏ ଜିତିବ ବାପାଙ୍କ ମନ ?

କଂଗ୍ରେସ ଦଳ ନାମ ନେଲା ମାତ୍ରେ ସବୁବେଳେ ଆଗରେ ଆସେ ଜଣେ ବରିଷ୍ଠ ନେତାଙ୍କ ନାମ । ଏବେ ସେ କଂଗ୍ରେସରୁ ବହିଷ୍କୃତ ସତ କିନ୍ତୁ ଓଡିଶା ରାଜନୀତିର ଗୋଟିଏ ଚର୍ଚ୍ଚିତ ନାମ ହେଉଛି ସୁର ରାଉତରାୟ । ସୁର ଭାଇ ନାଁ ଟି ଯେତିକି ଫେମସ ତାଙ୍କ ଚରିତ୍ରଟି ମଧ୍ୟ ସେତିକି ଲୋକପ୍ରିୟ ଓ ମଜାଦାର ।  କେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରନ୍ତି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀଙ୍କର ପ୍ରଶଂସା କରିଥାନ୍ତି । ଜଟଣୀରୁ ଲଗାତାର ଭାବେ ହ୍ୟାଟ୍ରିକ କରିଆସୁଥିବା ସୁର ରାଉତରାୟ ଏବେ ରାଜନୀତିରୁ ଓହରି ସାରିଛନ୍ତି ତାଙ୍କ ବଦଳରେ ତାଙ୍କ ଦୁଇ ପୁଅ ସିର୍ଦ୍ଦାର୍ଥ ରାଉତରାୟ ଓ ମନ୍ମଥ ରାଉତରାୟ ନୂଆକରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ଭୁବନେଶ୍ୱର ଲୋକସଭାରୁ ନିର୍ବାଚନ ଲଢିଥିବାବେଳେ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ରାଜ୍ୟରେ ବଡ ବଡ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେଉଥିବାବେଳେ ସୁର ରାଉତରାୟଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେଉଛି । ତାଙ୍କ ସ୍ଥାନରେ ତାଙ୍କର ଦୁଇ ପୁଅ ଏଥର ମଇଦାନକୁ ଓହ୍ଲାଇଛନ୍ତି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ସିଲ ହୋଇସାରିଛି ଆଉ ଆଜି ନିମାପଡାରେ ସିଦ୍ଦାର୍ଥଙ୍କ ଭୋଟ ସିଲ ହେବାକୁ ଯାଉଛି । ଦୁଇ ପୁଅଙ୍କ ପାଇଁ ବାପା ସୁର ରାଉତରାୟ ଘନ ଘନ ପ୍ରଚାର କରି ଭୋଟ ମାଗିଛନ୍ତି । ଆଉ ତାହା କେତେ ସଫଳ ହେଉଛି ତାହା ଜନୁ 4ରେ ଜଣାପଡିବ । ଜଣେ ଲୋକସଭାରୁ ପ୍ରାର୍ଥୀ ହୋଇଥିବା ବେଳେ ଆଉ ଜଣେ ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଜୁନ 4ରେ ଏହି ଦୁଇ ନବାଗତଙ୍କ ରାଜନୈତିକ ଭବିଷ୍ୟତରେ କେଉଁ ମୋଡ ଆସିବାକୁ ଯାଉଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *