ସିବିଏସଇ ବୋର୍ଡ ପରୀକ୍ଷା ପାଇଁ କଡାକଡି ହେଲା ଛାତ୍ରଛାତ୍ରୀଙ୍କ ଉପସ୍ଥାନ

ସିବିଏସଇ ବୋର୍ଡ ପରୀକ୍ଷା ପାଇଁ କଡାକଡି ହେଲା ଛାତ୍ରଛାତ୍ରୀଙ୍କ ଉପସ୍ଥାନ

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ । ୨୦୨୫ରେ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଗାଇଡଲାଇନ ଅନୁସାରେ ଛାତ୍ରଛାତ୍ରୀଙ୍କର ବିଦ୍ୟାଳୟରେ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ସେମାନେ ପରୀକ୍ଷା ପାଇଁ ଅଯୋଗ୍ୟ ବିବେଚିତ ହେବେ । ସମସ୍ତ ସିବିଏସଇ ଅନୁବନ୍ଧିତ ସ୍କୁଲ ପ୍ରିନ୍ସିପାଲଙ୍କୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛିା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ଏହାର ଏହାର ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟଗୁଡିକୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫେବୃୟାରୀ ୧୫ରୁ ସିବିଏସ୍ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ଯେଉଁମାନେ ଉପସ୍ଥାନ ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଯୋଗ୍ୟ ବିବେଚିତ ହେବେ କେବଳ ସେହିମାନଙ୍କ ପାଖକୁ ଆଡମିଟ୍ କାର୍ଡ ପଠାଯିବ । ଏନେଇ ଜାନୁୟାରୀ ୭ ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

author

Related Articles

Leave a Reply

Your email address will not be published. Required fields are marked *