ସିଲିକ୍ୱାରା ସୁଡଙ୍ଗରେ ଫସିଥିବା ୫ ଓଡିଆ ଶ୍ରମିକଙ୍କୁ ଭେଟିବାକୁ ଯିବେ ପରିବାର

ସିଲିକ୍ୱାରା ସୁଡଙ୍ଗରେ ଫସିଥିବା ୫ ଓଡିଆ ଶ୍ରମିକଙ୍କୁ ଭେଟିବାକୁ ଯିବେ ପରିବାର

ଦୀର୍ଘ ୧୨ ଦିନ ହେଲାଣି ସୁଡଙ୍ଗରେ ଫସିଛନ୍ତି ୪୧ଜଣ ଶ୍ରମିକ । ଉଦ୍ଧାରକାର୍ଯ୍ୟ ଚାଲିୁଥିବା ବେଳେ ଆଜି ସୁଡଙ୍ଗରେ ଫସିଥିବା ୫ ଓଡିଆ ଶ୍ରମିକଙ୍କୁ ଭେଟିବାକୁ ଯିବେ ତାଙ୍କ ପରିବାର ଲୋକ । ଆଜି ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍ତରାଖଣ୍ଡ ଯିବେ ୩ ଓଡ଼ିଆଙ୍କ ସମେତ ଦୁଇ ଜଣ ଲେବର ଅଫିସର । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଫସିଥିବା ଶ୍ରମିକଙ୍କ ସ୍ବାସ୍ଥାବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଛି । ଓଡ଼ିଶାର ଦୁଇ ଶ୍ରମ ଅଫିସର ସେଠାରେ ଉପସ୍ଥିତ ଅଛନ୍ତି ।ସେମାନେ ଉତ୍ତରକାଶୀରେ ଫସିଥିବା ଶ୍ରମିକଙ୍କ ସହ କଥା ହୋଇ ସାନ୍ତ୍ବନାଦେବା ସହ ଖବର ବୁଝୁଛନ୍ତି । ଉତ୍ତରାଖଣ୍ଡର ଆରକ୍ଷୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଭେଟି ଏବିଷୟରେ ଅବଗତ କରାଇଛନ୍ତି । ୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ମୟୂରଭଞ୍ଜର ୩ ଜଣ, ନବରଙ୍ଗୁପୁର ଜିଲ୍ଲାର ଜଣେ ଓ ଭଦ୍ରକରୁ ଜଣେ ଜଣ ଶ୍ରମିକ ଅଛନ୍ତି । ସେମାନେ ଉଦ୍ଧାର ହେବା ମାତ୍ରେ କିପରି ଓଡ଼ିଶା ଖୁବ୍ ଶୀଘ୍ର ଅଣାଯିବ ତାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଫସିଥିବା ଶ୍ରମିକଙ୍କ ପାଖକୁ ସମାନଙ୍କ ପରିବାର ଲୋକଙ୍କୁ ପଠାଇବା ଦାୟିତ୍ବ ବହନ କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପରିବାର ଲୋକ। କେତେବେଳେ ଶ୍ରମିକ ମାନେ ସୁରକ୍ଷିତ ସୁଡଙ୍ଗରୁ ବାହାରିବେ ସେ ନେଇ ସମସ୍ତଙ୍କ ନଜର ରହିଛି ।

author

Related Articles

Leave a Reply

Your email address will not be published. Required fields are marked *