ସୁଜାତା କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ୱ

ସୁଜାତା କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ୱ

ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରାଇବା ପାଇଁ ଆରମ୍ଭ ହୋଇଥିଲା ମିଶନ ଶକ୍ତି ଯୋଜନା । ଏଥିରେ ରାଜ୍ୟର ପ୍ରାୟ 70 ଲକ୍ଷ ମହିଳା ସାମିଲ ଅଛନ୍ତି । ତେବେ ମିଶନ ଶକ୍ତି ର ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମିଳିଛି ଆଉ ଏକ ବଡ ଦାୟିତ୍ୱ । ତାଙ୍କୁ ଓଡିଆ ଭାଷା,ସାହିତ୍ୟ ଓ ସସ୍କୃତି ବିଭାଗର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବିଭାଗର ଦାୟିତ୍ୱ ତୁଲାଉଥିଲେ । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

author

Related Articles

Leave a Reply

Your email address will not be published. Required fields are marked *