ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଘରେ ଖେଳିଯାଇଛି ଶୋକର ଛାୟା । ସୁଟିଂ ଅଧାରୁ ଘରକୁ ଫେରିଲେ ଅଲ୍ଲୁ । ଅଲ୍ଲୁ ଅର୍ଜୁନଙ୍କ ଜେଜେମାଆଙ୍କ ପରଲୋକରେ ଅଲ୍ଲୁଙ୍କ ଘରେ ଦୁଃଖର ମାହୋଲ ଖେଳିଯାଇଛି । ୯୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ଜେଜେମାଆ ତଥା ତେଲୁଗୁ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାର ଅଲ୍ଲୁ ରାମଲିଙ୍ଗେୟାଙ୍କ ଧର୍ମପତ୍ନୀ ଅଲ୍ଲୁ କନକାରତ୍ନମ । ଅଭିନେତାଙ୍କ ଜେଜେମା’ଙ୍କ ଦେହାନ୍ତରେ ପୂରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି । ଏମିତିକି ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଅଲ୍ଲୁ ଅର୍ଜୁନଙ୍କ ଜେଜେମା’ ୯୪ ବର୍ଷ ବୟସରେ ବୟସ ଜନିତ ରୋଗର ଶିକାର ହୋଇଥିଲେ । ଗତକାଲି ରାତି ୧.୪୫ ବେଳେ ତାଙ୍କର ପରଲୋକ ହୋଇଥିଲା । ତେବେ ସାଉଥ୍ ସିନେ ଜଗତର ବଡ଼ ବଡ଼ ତାରକା ଅଲ୍ଲୁଙ୍କ ଜେଜେମା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଦେବାକୁ ତାଙ୍କ ଘରେ ପହଞ୍ଚିଛନ୍ତି । ଅଲ୍ଲୁ କନକାରତ୍ନମଙ୍କ ଅନ୍ତିମ ସଂସ୍କାର କୋକାପେଟରେ ହେବ ବୋଲି ସୂଚନା ମିଳୁଛି । ରାମ ଚରଣ ଏବଂ ଅଲ୍ଲୁ ଅର୍ଜୁନ ଆଗାମୀ ସିନେମାରେ ସୁଟିଂ କରୁଥିବା ବେଳେ ଏଭଳି ଦୁଃଖଦ ଖବର ଶୁଣି ସୁଟିଂ ଅଧାରୁ ବନ୍ଦ କରିଦେଇଛନ୍ତି ।
You can share this post!
author
Related Articles
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
ହ୍ବାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଚେତାବନୀ !
- February 4, 2026
ସ୍କୁଲରେ ମାଗଣା ସାନିଟାରୀ ପ୍ୟାଡ ବାଧ୍ୟତାମୂଳକ …
- January 31, 2026
