ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ

ନବକଳେବର’ ଫିଲ୍ମର ସୁଟିଂ ସେଟରେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ । ସୂଚନା ଅନୁଯାୟୀ ତାଙ୍କ ହାତରେ ଆଘାତ ଲାଗିଛି । ଏବେ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । କିଛି ସମୟ ପରେ ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ଏହି ସିନେମାରେ ଶ୍ରୀତମ ଦାସ ମୁକୁନ୍ଦ ଦେବ ଚରିତ୍ରରେ ଅଭିନୟ କରୁଛନ୍ତି । ଘୋଡାରେ ବସି ଯାଉଥିବାର ଏକ ଦୃଶ୍ୟ ସୁଟିଂ କରୁଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡିଯିବାରୁ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *