ସୁଡଙ୍ଗ ଆଗରେ ବସି ରହିଲେ ଶ୍ରମିକଙ୍କ ପତ୍ନୀ

ସୁଡଙ୍ଗ ଆଗରେ ବସି ରହିଲେ ଶ୍ରମିକଙ୍କ ପତ୍ନୀ

ସପ୍ତାହେ ପରେ ହୋଇଯିବ ଉତ୍ତରାକାଶୀରେ ଫସି ରହିଛନ୍ତି 40ରୁ ଉର୍ଦ୍ଧ ଶ୍ରମିକ । ଶ୍ରମିକ ମାନଙ୍କ ଭିତରୁ ଜଣେ ହେଉଛନ୍ତି ବୀରେନ୍ଦ୍ର କିସ୍କୁ । ତାଙ୍କର ଉଦ୍ଧାରକୁ ନେଇ ସ୍ତ୍ରୀ ରଜନୀ ଟୁଡୁ ସ୍ୱାମୀ ସୁରକ୍ଷିତ ଉଦ୍ଧାର ନ ହେବା ଯାଏଁ ସୁଡଙ୍ଗ ବାହାରେ ଅପେକ୍ଷା କରିବେ ବୋଲି କହିଛନ୍ତି । ତାଙ୍କ ବୟସ 30 ବର୍ଷ । ଶନିବାର ଦିନ ଫସିଥିବା ସ୍ୱାମୀଙ୍କ ସହ ତାଙ୍କୁ କଥା କରାଇ ଦିଆଯାଇଥିଲା । ଗଣମାଧ୍ୟମ ଆଗରେ ରଜନୀ କହିଛନ୍ତି, ସ୍ୱାମୀଙ୍କ ନିରାପତ୍ତା ନେଇ ସେ ମାନସିକ ଦୁଶ୍ଚିନ୍ତା ଭିତରେ ଗତି କରୁଛନ୍ତି । ଦୀପାବଳି ଦିନକ ପୂର୍ବରୁ ସେ ସ୍ୱାମୀ ବୀରେନ୍ଦ୍ରଙ୍କ ସହ କଥା ହୋଇଥିଲେ। ଦୀପାବଳିରେ ତାଙ୍କ ଫୋନ ଆସିବ ବୋଲି ଅପେକ୍ଷା କରିଥିଲେ। କିନ୍ତୁ ତାଙ୍କର ଫୋନ ଆସି ନ ଥିଲା। ବରଂ ଟନେଲରେ ସେ ଫଶୀଯାଇଥିବା ଖବର ଆସିଥିଲା ।

author

Related Articles

Leave a Reply

Your email address will not be published. Required fields are marked *