ସୁନାବେଶରେ ଦର୍ଶନ ଦେଉଛନ୍ତି ମା କିଚକେଶ୍ବରୀ

ସୁନାବେଶରେ ଦର୍ଶନ ଦେଉଛନ୍ତି ମା କିଚକେଶ୍ବରୀ

ସୁନାବେଶରେ ଦର୍ଶନ ଦେଉଛନ୍ତି ମା କିଚକେଶ୍ବରୀ | ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା | ଏହି ପବିତ୍ର କାର୍ତିକ ପୂର୍ଣ୍ଣିମା ଦିନରେ ମୟୁରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ବରୀ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି | କରୋନା ମହାମାରୀ ପାଇଁ ଦୀର୍ଘ ୩ ବର୍ଷ ହେବ ମା ଙ୍କ ସୁନା ବେଶ ବନ୍ଦ ଥିଲା | ଚଳିତ ବର୍ଷ ମା ସୁନା ବେଶରେ ଭକ୍ତଙ୍କୁ ପୁଣି ଦର୍ଶନ ଦେଉଛନ୍ତି | ତେଣୁ ମା କିଚକେଶ୍ବରୀଙ୍କ ସୁନା ବେଶ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହେଉଛି | ବିଭିନ୍ନ ଫୁଲରେ ସାଜସଜା ହୋଇଛି ମା କିଚକେଶ୍ବରୀଙ୍କ ମନ୍ଦିର | ଆଜି ସକାଳ ୭ରୁ ଦିନ ୩ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରି ପାରିବେ ବୋଲି ମନ୍ଦିର କାର୍ଯ୍ୟଳୟ ପାଖରୁ କୁହାଯାଇଛି | ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତା ମାନେ ନିୟୋଜିତ ହୋଇଥିବା ବେଳେ ସୁର୍ଖ ପାଇଁ ପୋଲିସ ପକ୍ଷରୁ ବ୍ୟବାକ ବ୍ୟବସ୍ଥା ଗ୍ରହଣ କରାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *