ସୁନା ଅଳଙ୍କାରରେ ଛାଇ ହୋଇଛନ୍ତି ରାମଲାଲା

ସୁନା ଅଳଙ୍କାରରେ ଛାଇ ହୋଇଛନ୍ତି ରାମଲାଲା

ପ୍ରାୟ ୫୦୦ ବର୍ଷର ପ୍ରତିକ୍ଷାର ଅନ୍ତ ଘଟିଛି । ନିଜ ଜନ୍ମ ସ୍ଥାନରେ ନିର୍ମିତ ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି ୫ ବର୍ଷୀୟ ରାମଲାଲା । ପ୍ରଭୁଙ୍କ ଅଲୌକିକ ବାଲ୍ୟ ରୂପ ଦେଖି ଶ୍ରଦ୍ଧାଳୁଙ୍କ ଆଖି ଲାଖି ଯାଉଥିବା ବେଳେ ସେ ପିନ୍ଧିଥିବା ଆଭୂଷଣ ବି ଆଖିକୁ ଝଲସାଇ ଦେଉଛି । ଭଗବାନ ରାମଲାଲା ମସ୍ତକରୁ ପାଦ ପର୍ଯ୍ୟନ୍ତ ବିଭିନ୍ନ ଅଳଙ୍କାରରେ ଆଭୂଷିତ ହୋଇଥିବା ବେଳେ ପ୍ରତି ଅଳଙ୍କାରର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ । ପ୍ରଭୁଙ୍କ ବୟସ ପାଞ୍ଚ ବର୍ଷ ହୋଇଥିବାରୁ ତାଙ୍କ ପାଖରେ ରୂପାରେ ନିର୍ମିତ ହାତୀ, ଘୋଡା ପରି ଖେଳନା ମଧ୍ୟ ସଜ୍ଜିତ କରି ରଖାଯାଇଛି ।ଏହି ଆଭୂଷଣ ପାଇଁ ପାରମ୍ପରିକ ଆଭୂଷଣର ଏକ୍ସପର୍ଟ ଲକ୍ଷ୍ନୌର ଐଝଔ ଜୁଏଲାରୀ ସହ ସମ୍ପର୍କ କରାଯାଇଥିଲା।

୫ ବର୍ଷୀୟ ନାବାଳକ ପିନ୍ଧିବା ପରି ଜୁଏଲାରୀ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା । ତେବେ ରାମଲାଲା ପିନ୍ଧିଥିବା ମୁକୁଟ ସୁନାର ହୋଇଥିବା ବେଳେ ଏହା ସୂଯ୍ୟଦେବଙ୍କ ପ୍ରତୀକ ଭାବରେ ପ୍ରସ୍ତୁତ କରାଯାଇଛି । ସେଥିରେ ମାଣିକ୍ୟ, ନୀଳକାନ୍ତ ମଣି ଓ ହୀରାଖଚିତ କାରୁକାଯ୍ୟ କରାଯାଇଛି । ମୁକୁଟ କେନ୍ଦ୍ରରେ ସୂଯ୍ୟଦେବଙ୍କ ପ୍ରତୀକ ରହିିଛି । ମୁକୁଟ ଡାହାଣ ପାଶ୍ୱର୍ରେ ମୋତି ଖଚିତ କାମ ହୋଇଛି। ଏକ ବଡ଼ ମାଣିକ୍ୟ ଓ ହୀରାରେ ସଜ୍ଜିତ କୌସ୍ତୁଭ ମଣି ମୂର୍ତ୍ତିର ହୃଦୟ ନିକଟରେ ଶୋଭା ପାଉଛି । ବିଷ୍ଣୁଙ୍କର ସମସ୍ତ ଅବତାର ଏହି ରତ୍ନକୁ ନିଜ ହୃଦୟରେ ପିନ୍ଧନ୍ତି ବୋଲି ଟ୍ରଷ୍ଟ କହିଛି। ରାମ ଲଲା ପିନ୍ଧିଥିବା ସବୁଠାରୁ ଲମ୍ବା ହାର ହେଉଛି ବିଜୟମାଳା। ଏଥିରେ ସୁଦର୍ଶନ ଚକ୍ର, ପଦ୍ମ, ଶଙ୍ଖ ଓ ମଙ୍ଗଳ କଳସ ରହିଛି।

ରାମ ଲଲା ପିନ୍ଧିଥିବା ଅନ୍ୟ ଅଳଙ୍କାର ହେଲା- କାନ୍ତା ।ଏହା ଏକ ଅର୍ଦ୍ଧଚନ୍ଦ୍ର ଆକୃତିର ହାର ଏଥିରେ ସୌଭାଗ୍ୟର ପ୍ରତୀକ ଫୁଲ ଡିଜାଇନ୍ ଥିବାବେଳେ କେନ୍ଦ୍ରରେ ସୂର୍ଯ୍ୟଦେବଙ୍କ ଛବି ରହିଛି। ରାମ ଲଲା ନିଜ ନାଭି ଉପରେ ହୀରାଖଚିତ ଏକ ହାର ପିନ୍ଧିଛନ୍ତି। ଯାହାର ନାଁ ହେଉଛି ପାଦିକା । ରାମ ଲଲା ନିଜ ଅଣ୍ଟାରେ ହୀରା, ମାଣିକ୍ୟ, ମୋତି ଓ ନୀଳକାନ୍ତ ମଣି ଭର୍ତ୍ତି ହୋଇଥିବା ସୁନା ଅଣ୍ଟାବିଛା ପିନ୍ଧିଛନ୍ତି। ଯାହାକି କାଞ୍ଚି ନାମରେ ନାମିତ । ଏଥିରେ ଛୋଟ ଛୋଟ ଘଣ୍ଟି ଲାଗିଛି। ରାମଲଲାଙ୍କ ପାଦ ଆଙ୍ଗୁଠିର ମୁଦି ସବୁ ହୀରା ଓ ମାଣିକ୍ୟରେ ସଜ୍ଜିତ ହୋଇଛି। ତାଙ୍କ ବାମ ହାତରେ ଏକ ସୁନା ଧନୁ ଓ ଡାହାଣ ହାତରେ ତୀର ରହିଛି। ରାମ ଲଲାଙ୍କ କପାଳରେ ଥିବା ରୁପାର ଲାଲ ତିଳକରେ ହୀରା ଓ ମାଣିକ୍ୟ ଲଗାଯାଇଛି ବୋଲି ମନ୍ଦିର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ମନ୍ଦିର ଟ୍ରଷ୍ଟର କହିବା ଅନୁସାରେ, ରାମଲାଲା ପିନ୍ଧିଥିବା ହଳଦିଆ ରଙ୍ଗର ଧୋତି ଓ ଲାଲ ଅଙ୍ଗବସ୍ତ୍ର ହେଉଛି ବନାରସୀ କପଡ଼ାର, ଯେଉଁଥିରେ ଶଙ୍ଖ, ପଦ୍ମ, ଚକ୍ର ଓ ମୟୂରର ଜଟିଳ ଜରି ଓ ସୂତାକାମ ରହିଛି। ଅଯୋଧ୍ୟାରେ କାମ କରୁଥିବା ଦିଲ୍ଲୀର ଟେକ୍ସଟାଇଲ ଡିଜାଇନର ମନିଷ ତ୍ରିପାଠୀ ଏହି ପୋଷାକ ତିଆରି କରିଛନ୍ତି ବୋଲି ଟ୍ରଷ୍ଟ କହିଛି। ଅଧ୍ୟାତ୍ମ ରାମାୟଣ, ବାଲ୍ମୀକି ରାମାୟଣ, ରାମଚରିତମାନସ ଏବଂ ଅଲବାନ୍ଦର ସ୍ତୋତ୍ର ସମେତ ଶାସ୍ତ୍ରର ଗବେଷଣା ଓ ଅଧ୍ୟୟନ ଆଧାରରେ ଏହି ଅଳଙ୍କାର ତିଆରି କରାଯାଇଛି। ଶ୍ରୀ ଅଙ୍କୁର ଆନନ୍ଦଙ୍କ ଅନୁଷ୍ଠାନ, ହରସାହିମଲ ଶ୍ୟାମଲାଲ ଜୁଏଲର୍ସ, ଲକ୍ଷ୍ନୌ ଦ୍ୱାରା ଏହି ଅଳଙ୍କାର ପ୍ରସ୍ତୁତ କରାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *