ସୁନୀଲ ସେଟ୍ଟୀଙ୍କ ପ୍ରିୟ ଖାଦ୍ୟ ଓଡିଶା ଡାଲମା

ଶୁକ୍ରବାର ବାଲିପାଟ୍ଟଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବଲିଉଡ ଅଭିନେତା ସୁନିଲ ସେଟ୍ଟୀ ଓଡିଶା ଆସିଥିଲେ ।  ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ସାମ୍ୱାଦିକ ସମ୍ମିଳନୀରେ କହଛନ୍ତି ଯେ  ଶ୍ରୀଜଗନ୍ନାଥଙ୍କ ରାଜ୍ୟ ଓଡିଶା ଭାରତର ଅନ୍ୟତମ ପବିତ୍ର ଭୂମି । ଓଡିଶାବାସୀ ବେଶ ଧାର୍ମିକ ଓ ଏଠାରୁ ହିଁ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ଯାଇଥାଏ । ତେଣୁ ଓଡିଶା ମୋତେ ମୋ ଘର ଭଳି ଲାଗେ । ଓଡିଶାକୁ ସେ ପ୍ରଶଂସା କରି କହିଥିଲେ ଭାରତର ସୁନ୍ଦରତମ ସ୍ଥାନମାନଙ୍କ ମଧ୍ୟରେ ଏହି ରାଜ୍ୟ ରହିଛି । ଏବଂ ଓଡିଶା ପ୍ରସିଦ୍ଧ ଡାଲମା ତାଙ୍କର ପ୍ରିୟ ଖାଦ୍ୟ । ସେହିପରି ଓଡିଶାର ଛତୁ ବେସର ମଧ୍ୟ ତାଙ୍କର ପ୍ରିୟ ଖାଦ୍ୟ ।

author

Related Articles

Leave a Reply

Your email address will not be published. Required fields are marked *