ସୁନ୍ଦରଗଡ ଗସ୍ତର ଦ୍ୱିତୀୟ ଦିନରେ 5T ଅଧ୍ୟକ୍ଷ

ସୁନ୍ଦରଗଡ ଗସ୍ତର ଦ୍ୱିତୀୟ ଦିନରେ 5T ଅଧ୍ୟକ୍ଷ

ସୁନ୍ଦରଗଡ ଗସ୍ତର ଦ୍ୱିତୀୟ ଦିନରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଆଜି ଗସ୍ତର ଦ୍ୱିତୀୟ ଦିନରେ ମା ସମଲେଶ୍ୱରୀଙ୍କ ଦର୍ଶନ ସାରି ରାଜଗାଙ୍ଗପୁର ଯିବେ ପାଣ୍ଡିଆନ। ଗତକାଲି ସେ କିରେଇ ଓ ବାଲିଶଙ୍କରାରେ ବିଶାଳ ସମାବେଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ ଯେମିତି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ, ସେମିତି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏଥିସହ ଜନସଭାକୁ ସମ୍ବୋଧନ କରି, ସେ ପୂର୍ବ ଗସ୍ତ ସମୟରେ ଗ୍ରହଣ କରିଥିବା ଅଭିଯୋଗ ମଧ୍ୟରୁ କେତୋଟି ସମସ୍ୟାର ସମାଧାନ କରିଛନ୍ତି ତାର ହିସାବ ଦେଇଥିଲେ । କହିଥିଲେ, ତାଙ୍କୁ ୧୬୦ଟି ଦରଖାସ୍ତ ମିଳିଥିଲା । ୧୬୦ ଦରଖାସ୍ତରୁ ୧୪୦ଟିର ସମାଧାନ ହୋଇଛି । କେବଳ ଏତିକି ନୁହେଁ ସୁନ୍ଦରଗଡକୁ ମୁଖ୍ୟମନ୍ତ୍ରୀ ସୁ୍ନ୍ଦରଗଡକୁ କେତେ ଗୁରୁତ୍ୱ ଦେଉଛନ୍ତି ଗୋଟି ଗୋଟି କରି ସେସବୁ ଗଣାଇଛନ୍ତି ପାଣ୍ଡିଆନ । ଖୁବ୍ ଶୀଘ୍ର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ମିଳିବ ଓ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *