ସୁନ୍ଦରୀଙ୍କୁ ଧରିଲେ ମିଳିବ ୪୨ କୋଟି…

ସୁନ୍ଦରୀଙ୍କୁ ଧରିଲେ ମିଳିବ ୪୨ କୋଟି…

ସାରା ବିଶ୍ୱରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଗୋଟିଏ ଖବର । ଜଣେ ମହିଳାଙ୍କୁ ଖୋଜିଦେବା ପାଇଁ ପୋଲିସ ପକ୍ଷରୁ କରାଯାଇଛି ୫ ମିଲିୟନ ୟୁଏସ ଡଲାରର ବଡ ଅର୍ଥରାଶି ଘୋଷଣା । ଯିଏ ଏହି ମହିଳାଙ୍କୁ ଖୋଜିଦେବ ଏବଂ ଏହି ମହିଳା ଜଣଙ୍କ ବିଷୟରେ କିଛି ସୂଚନା ଦେବ ତାଙ୍କୁ ମୋଟା ଅଙ୍କର ଅର୍ଥରାଶି ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି । ତେବେ କିଏ ଏହି ମହିଳା ଯାହାଙ୍କ ବିଷୟରେ ଜାଣିବା ପାଇଁ ଆମେରିକା ପକ୍ଷରୁ ୫ ମିଲିୟନ ୟୁଏସ ଡଲାର ଅର୍ଥାତ୍ ପାଖାପାଖି ୪୨ କୋଟି ଟଙ୍କାର ଇନାମ ଘୋଷଣା କରାଯାଇଛି । ତେବେ ଜଣେ ମହିଳାଙ୍କୁ ଖୋଜିବା ପାଇଁ ଏତେ ମୋଟା ଅଙ୍କର ଅର୍ଥ ରାଶି କାହିଁକି ଘୋଷଣା କରାଯାଇଛି ଆସନ୍ତୁ ଜାଣିବା । ଥରେ ନିରିଖିକୁ ଦେଖନ୍ତୁ ଏହି ସୁନ୍ଦରୀ ମହିଳା ଜଣଙ୍କୁ । ରୂପରେ ଯେତିକି ସୁନ୍ଦର ତାଠୁ ବେଶି ଖତରନାକ ବୁଦ୍ଧିର ଏହି ମହିଳା । ଏହି ମହିଳାଙ୍କ ନାଁ ହେଉଛି ରୁଜା ଇଗନୋଟାଭା । ସାରା ବିଶ୍ୱରେ ଇଏ କ୍ରିପ୍ଟୋ କୁଇନ ନାମରେ ପରିଚିତ । କିନ୍ତୁ ଏବେ ଇଏ କଣ କରୁଛନ୍ତି. କେଉଁଠି ଅଛନ୍ତି ତାହା କେହିବି ଜାଣିନାହାନ୍ତି । ଗ୍ଲାମରସ ଜୀବନଶୈଳୀ ପାଇଁ ଇଏ ସବୁବେଳେ ଜଣାଶୁଣା , କିନ୍ତୁ ରୁଜାଙ୍କର କିଛି ବି ଖୋଜ ଖବର ମିଳୁନଥିବାରୁ ୟାଙ୍କୁ ନେଇ ଏବେ ସବୁଠି ହଇଚଇ ସୃଷ୍ଟି ହୋଇଛି । ତେବେ ରୁଜା ଇଗ୍ନୋଟାଭା ହେଉଛନ୍ତି କ୍ରିପ୍ଟୋ କରେନ୍ସି ଦୁନିଆର ଜଣେ ରାଣୀ ମହୁମାଛି । ବୁଲଗେରିଆରେ ଜନ୍ମ ନେଇଥିବା ୪୪ ବର୍ଷୀୟା ରୁଜା ଜର୍ମାନର ନାଗରିକତ୍ୱ ହାସଲ କରି ଜର୍ମାନରେ କ୍ରିପ୍ଟୋ କରେନ୍ସିର ସାସ୍ରାଜ୍ୟ ତିଆରି କରିଥିଲେ । ୱାନ କଏନ ନାଁରେ ଏକ ନିଜସ୍ୱ ସଂସ୍ଥା ଖୋଲି ବିଶ୍ୱବ୍ୟାପୀ ଅଧିକ ଲୋକଙ୍କୁ ଅଧିକ ରିଟର୍ଣ୍ଣ ପାଇବା ଆଶା ଦେଖାଇ ହଜାର ହଜାର କୋଟି ହଡପ କରିଥିଲେ । ଏହି ଅଭିଯୋଗ ଆସିବା ପରେ ତାଙ୍କୁ ସାରା ବିଶ୍ୱରେ ଏବେ ଖୋଜା ପଡିଛି । ଏବଂ ତାଙ୍କୁ ଯିଏ ଧରାଇଦେବ ତାଙ୍କୁ ପୁରସ୍କାର ସଦୃଶ ୫ ମିଲିୟନ ୟୁଏସ ଡଲାର ମିଳିବ ବୋଲି ୟୁନାଇଟେଡ ଷ୍ଟେଟ ଘୋଷଣା କରିଛି । ଏହା ସହ ୱାନ କଏନ ସଂସ୍ଥାକୁ ବିଶ୍ୱର ସବୁଠୁ ଫ୍ରଡ ସଂସ୍ଥା ବୋଲି ଘୋଷଣା କରିଛି । ତେବେ କିଛି ବର୍ଷ ପୂବରୁ ଏହି ସାମ୍ରାଜ୍ୟ ସହ ଜଡିତ ଥିବା ରୁଜାଙ୍କ ଭାଇ ପୋଲିସ ହାତରେ ଧରା ପଡିଥିଲେ । କିନ୍ତୁ ରୁଜା ଏବେ ବି ପୋଲିସ ସହ ଲୁଚକାଳି ଖେଳୁଛନ୍ତି । ତେବେ ଅନେକଙ୍କ ମତରେ ବୁଲଗେରିଆ ମାଫିକାମାନେ ରୁଜା ଇଗନେଟୋଭାଙ୍କୁ ହତ୍ୟା କରିଛନ୍ତି କିନ୍ତୁ ଏ କଥାରେ କେତେ ସତ ଅଛି ତାହା ପ୍ରମାଣିତ ହୋଇନି । ତେଣୁ ପୋଲିସ ଏବେ ବି ତାଙ୍କ ସନ୍ଧାନରେ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *