ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ କିଏ ବା ନ ଚାହେଁ । ଚେହେରାରେ ଚମକ ଏବଂ ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । କିନ୍ତୁ କିଛି ଖରାପ ଅଭ୍ୟାସ ବା ଭଲ ଅଭ୍ୟ।।ସ ଠାରୁ ଦୂରରେ ରହିବା କାରଣରୁ ଏହା ଅନେକଙ୍କ ପାଇଁ ସ୍ୱପ୍ନ ହୋଇଯାଏ । ସ୍କିନ ଖରାପ ହେବା ସହିତ ଶରୀରଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ତେଣୁ ଦୈନନ୍ଦିନ ଜୀବନରେ ଏପରି କିଛି ଅଭ୍ୟାସ ଆପଣେଇବା ଉଚିତ୍ ଯାହା ଆମକୁ ଖୁସି ଦେବା ସହିତ ଶରୀର ମଧ୍ୟ ସୁସ୍ଥ ରହିବ । ଏବଂ ଆମ ସ୍କିନ ଭଲ ରହିବ । ତେବେ ଏଥିପାଇଁ ଆପଣଙ୍କୁ ନିଜ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ସହିତ ଯୋଗ ବ୍ୟାୟାମ ନିଜ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ ।
ତେବେ ଖାଦ୍ୟପେୟ କଥା ଆସିଲେ ଆପଣ ସକାଳେ ଖାଲି ପେଟରେ ଏକ ହେଲଦି ଅପସନ ଗ୍ରହଣ କରିପାରିବେ । ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଲେମ୍ବୁ, ହଳଦୀ କିମ୍ବା ଜିରା ଧନିଆ ଭଳି ପାଣି ମିଶାଇ ପିଇବା ଦ୍ୱାରା ଏହା ପାଚନ କ୍ରିୟା ସହିତ ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ । ଏବଂ ପେଟ ସଫା ରହିଲେ ଶରୀରର ଅଧିକାଂଶ ସମସ୍ୟା ଦୂର ହୋଇଥାଏ । ଏବଂ ସ୍କିନ ମଧ୍ୟ ଭିତରୁ ସୁସ୍ଥ ରହିଥାଏ ।
ସେହିପରି ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ତେଲ, ମସଲା ଯୁକ୍ତ ଖାଦ୍ୟ ଅପେକ୍ଷା, ପନିପରିବା ଫଳମୂଳ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ । ସେହିପରି ଆପଣ ନିଜ ଖାଦ୍ୟରେ ଡ୍ରାଏଫ୍ରୁଟ୍ସ , ନଟସ. ଏବଂ ଭିଟାମିନ୍ ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ୍ ।
ଆମର ସୌନ୍ଦର୍ୟ୍ୟ ବୃଦ୍ଧି କରିବାରେ କେଶର ଭୂମିକା ଗୁରୁତ୍ବପୂର୍ଣ୍ଣ । ତେଣୁ କେଶର ଯତ୍ନ ନେବାକୁ ଜରୁରି। ଏଥିପାଇଁ ସପ୍ତାହରେ ଦୁଇର ୩ ଥର କେଶରେ ନଡ଼ିଆ ତେଲ ହେଉ ବା ବାଦାମ କିମ୍ବା ସୋରିଷ ତେଲ ମାଲିସ କରନ୍ତୁ । ଫଳରେ କେଶ ଉପୁଡ଼ିବା ବନ୍ଦ ହେବା ସହ କେଶ ଘନ କଳା ହୋଇଥାଏ । କେଶ ମୂଳରେ ତେଲ ମାଲିସ କରିବା ଦ୍ବାରା ରକ୍ତ ସଞ୍ଚାଳନ ଭଲ ହେବା ସହ କେଶରେ ଚମକ ଆସିଥାଏ ।
ଖାଇବା ପିଇବା ସହ କିଛି ସମୟର ବ୍ୟାୟାମ ଓ ଯୋଗ ବି ନିହାତି ଜରୁରି। । ବ୍ୟାୟାମ ନକଲେ ରୋଗ ମାଡ଼ିବସିବାର ଆଶଙ୍କା ବଢ଼ିଯାଏ । ତେଣୁ ଦିନକୁ ଅନ୍ତତଃ ଅଧଘଣ୍ଟା ବାହାର କରି ବ୍ୟାୟାମ ଓ ଯୋଗ କରିବା ନିହାତି ଜରୁରି । ଏହା ଶରୀରକୁ ଫୂର୍ତ୍ତି ରଖିବା ସହ ତ୍ବଚାରେ ବୟସର ଛାପକୁ ଏତେ ଶୀଘ୍ର ଆସିବାକୁ ଦିଏନି । ସେହିପରି ଭଲ ନିଦ ମଧ୍ୟ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ଭଲ ନିଦ ହେଲେ ହିଁ ଏହାର ପ୍ରଭାବ ଆମ ସ୍କିନ ଉପରେ ପଡିଥାଏା ତେବେ ଏସବୁ ସହିତ ଆପଣ ଯେତେ ଖୁସି ରହିବେ , ସକରାତ୍ମକ ଚିନ୍ତାଧାରା ରଖିବେ ଏବଂ ଚିନ୍ତା ମୁକ୍ତ ରହିବେ ସେତେ ଆପଣଙ୍କ ଶରୀର ପାଇଁ ଏବଂ ସ୍କିନ ପାଇଁ ପ୍ରଭାବକାରୀ ହୋଇଥାଏ ।
