ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ସୁପ୍ରିମକୋର୍ଟଙ୍କୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାମିନ୍ ଅବଧୀ ବଢାଇବା ପାଇଁ ଆବେଦନ କରିଛନ୍ତି ଆପ ସୁପ୍ରିମୋ । ଅନ୍ତରୀଣ ଜାମିନ୍ ଅବଧିକୁ ଆହୁରି ୭ ଦିନ ବଢାଇବା ପାଇଁ ଆବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ତିହାର ଜେଲରେ ରହିଥିଲେ କେଜ୍ରିୱାଲ । ନିଜ ଗିରଫଦାରୀ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ମଧ୍ୟ କରିଥିଲେ । ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ କେଜ୍ରିୱାଲଙ୍କୁ ଅନୁମତି ପ୍ରଦାନ କରିତିଲେ କୋର୍ଟ । ଆସନ୍ତା ୧ ତାରିଖରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଥିଲା । ଏହା ପୂର୍ବରୁ ଜାମିନ୍ ଅବଧି ୭ ଦିନ ବଢାଇବା ପାଇଁ ଆବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

author

Related Articles

Leave a Reply

Your email address will not be published. Required fields are marked *